ବି.ଜେ.ବି.ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ଲୋକ,ସଂସ୍କୃତ ଓ ଐତିହ’ ବିଷୟରେ ଆନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ଵର(ସମୃଦ୍ଧ ଓଡ଼ିଶା)ବି. ଜେ. ବି. ସ୍ଵୟଂଶାସିତ ମହାବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ, ସମାଜଶାସ୍ତ୍ର ଓ ସମାଜ ସେବା ସ୍ନାତକୋତ୍ତର ବିଭାଗର ମିଳିତ ସହଯୋଗରେ ଏକ ଆନ୍ତର୍ଜାତିକ କାର୍ମଶାଳା ଆଯୋଜିତ ହୋଇଯାଇଅଛି। ଏହା ଆଗାମୀ ତିନି ଦିନ ଧରି ଚାଲୁରହିବ। ଦେଶ ବିଦେଶରୁ ଆସିଥିବା ଦୁଇଶହ ଛାତ୍ର-ଛାତ୍ରୀ ଏବଂ ଗବେଷକ-ଗବେଶିକାମାନେ “କଳା, ସଂସ୍କୃତି ଓ ଐତିହ” ବିଷୟରେ ସେମାନଙ୍କର ଗବେଷଣାକୁ ପରିପ୍ରକାଶ କରିବେ। କର୍ମଶାଳାର ପ୍ରଥମ ଦିନରେ ସ୍ବାଗତ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ସହ ମୂଖ୍ୟ ଅତିଥି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ସରକାର, କର୍ଲିଫର୍ଣିଆ ବିଶ୍ଵବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଓ ତ୍ରୈଲୋକ୍ୟନାଥ ପାଣ୍ଡେ, ଡ଼ଃ ବେରର୍ଣ୍ଟ ହର୍ଣିଂ,ବି.ଜେ.ବି. ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ଗୁଲାମ ନୈମୁଦ୍ଦିନ ଖାଁନ ଏବଂ କର୍ମଶାଳାର ସଂଯୋଜିକା ପ୍ରଫେସର ଡ଼ଃ ଇତିଶ୍ରୀ ପାଢ଼ୀଙ୍କୁ ସ୍ବାଗତ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ ସଭାରେ ଜନଜାତି ବର୍ଗଙ୍କ ବିକାଶ ନିମନ୍ତେ ଉଲ୍ଲେଖନୀୟ ଅବଦାନପାଇଁ ପ୍ରଫେସର ଡ଼ଃ ଅଖିଳ ବିହାରୀ ଓତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ କରିଥିଲେ। କାର୍ମଶାଳାର ଉପ-ସଂଯୋଜିକା ଡ଼ଃ ବିଭାବରି ବଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ବିଭାଗର ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ର-ଛାତ୍ରୀ ଉପସ୍ଥିତ ରହିଥିଲେ।

ରିପୋର୍ଟ : ରଜତ କୁମାର ମହାପାତ୍ର