ମ୍ୟୁନିସିପାଲଟି କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରୀ : ସିସି ଟିଭି ଫୁଟେଜ୍‌ରୁ କଏଦ ହେଲା ଚୋର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ନୂଆବଜାର ତହସିଲ ଅଫିସ୍ ନିକଟ ପୌରକାର୍ଯ୍ୟାଳୟରୁ ଗତ ଶୁକ୍ରବାର ରାତ୍ରିରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଶୁକ୍ରବାର ମଧ୍ୟ ରାତ୍ରିରେ କାର୍ଯ୍ୟାଳୟର ପଛପଟ ଏବଂ ସଦର ଆରଆଇ କାର୍ଯ୍ୟଳୟକୁ ଲାଗି ରହିଥିବା ଝରକାର ସ୍ଲାଇଡଂ କାଚ ଭାଂଗି ଦୁବୁର୍ତ୍ତମାନେ ଭିତରକୁ ପ୍ରବେଶ କରିବା ସହ କେତେକ ଜରୁରୀ ଫାଇଲ୍ ଚୋରି କରିଥିବା ଜଣାଯାଇଛି । ଚୋର ମାନେ ଫାଇଲ୍ ଗୁଡିକ ନେବାବେଳେ ଏକ ଶବ୍ଦ ଶୁଣି ସେଠାରେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଖସି ପଳାଇଯିବା ସମୟରେ ଏକ ଫାଇଲ୍ ପକାଇ ପଳାଇ ଯାଇଥିଲେ । ଦୁବୃର୍ତ୍ତ ମାନେ ବାଛି ବାଛି ଫାଲଇ ଗୁଡିକ ନେଇଥିବା ସିସି ଫୁଟେଜ୍‌ରୁ ଜାଣିବାକୁ ମିଳିଛି । ମୋଟ ୭ ମିନିଟ୍ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ଟି ଓ କର୍ମଚାରୀଙ୍କ ବକେୟା ଦରମାର ୫ଟି ଫାଇଲ୍‌କୁ ଚୋରି ହୋଇଥିବାର ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଏ ସଂପର୍କରେ ବହୁ କଥା ଶୁଣିବାକୁ ମିଳୁଥିବା ବେଳେ କେତେକ କର୍ମଚାରୀଙ୍କ ଏଥିରେ ହାତ ଥିବାର ସନ୍ଦେହ କରାଯାଉଛି । ବିଧିବଦ୍ଧ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଳେଶ୍ୱରର ବହୁ ବୁଦ୍ଧିଜିବୀ ମତପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା