ଜୁଆ ଆଡ୍ଡା ଉପରେ ଚଢାଉ : ୧୦ଗିରଫ, ୧୮,୧୨୦ ଟଙ୍କା ଜବତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟାରେ ଦିଗପହଣ୍ଡି ପୋଲିସ ସ୍ଥାନୀୟ ରାଣୀ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ରାଣୀ ସାହିର ତ୍ରିନାଥ ନାୟକଙ୍କ ଘରେ ଜୁଆ ଆଡ୍ଡା ଚାଲିଥିବା କୌଣସି ପ୍ରକାରେ ଖବର ପାଇ ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ସମେତ ପୋଲିସ କର୍ମଚାରୀ ମିଳିତ ଭାବେ ଚଢାଉ କରିଥିଲେ । ସେହି ଚଢ଼ାଉରେ ୧୮,୧୨୦ ଟଙ୍କା ଓ ବହୁ ତାସ କଟା ଜବତ କରାଯିବା ସହ ଥାନା ମାମଲା ନଂ.୧୩୨/୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା