ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୋ ସ୍କୁଲ ଅଭିଯାନ ଗଞ୍ଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାରେ ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ କାର୍ଯ୍ୟକ୍ରମକୁ ତ୍ୱରାନ୍ନୀତ କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାରେ ଚାଲିଥିବା ଆଦର୍ଶ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରିଥିଲେ । ଆଦର୍ଶ ବିଦ୍ୟାଳୟ ଗୁଡିକରେ ବାଳିକା ଆବାସ ଗୁଡିକ ତୁରନ୍ତ ଖୋଲିବା ପାଇଁ କହିଛନ୍ତି । ଜିଲ୍ଲାରେ ୧୨ଟି ଆଦର୍ଶ ବାଳିକା ହଷ୍ଟେଲ ମଧ୍ୟରୁ ଚିକିଟି ବ୍ଲକରେ ହିଁ ଆରମ୍ଭ ହୋଇଥିବା ବେଳେ ଆଉ ବାକି ହଷ୍ଟେଲଗୁଡିକ ଜାନୁୟାରୀ ୧ତାରିଖ ସୁଦ୍ଧା ଖୋଲାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ପିଲାମାନେ କିପରି ପ୍ରଥମ କରି ଭଲ ଭାବେ ଦେବେ ସେଥି ପ୍ରତି ଧ୍ୟାନ ଦେବା ନିମନ୍ତେ ଜିଲ୍ଲାପାଳ କହିଥିଲେ । ଏହାସହ ଯେଉଁ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ଠାରୁ ଅଧିକ ଶିକ୍ଷକ ଅଛନ୍ତି ଯେଉଁ ପରିସରର ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ଅଛି ସେଠାରେ ଜଣେ ହିଁ  ହାଇସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତ ବିଦ୍ୟାଳୟକୁ ତଦାରଖ କରିବେ ଓ ଅଧିକା ରହିଥିବା ଶିକ୍ଷକମାନଙ୍କୁ ଆବଶ୍ୟକ ଥିବା ବିଦ୍ୟାଳୟକୁ ପଠାଇବା ପାଇଁ ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ବିଦ୍ୟାଳୟରେ ନ୍ୟୁଟରନ୍ (ପୃଷ୍ଟିକାର ) ଗାର୍ଡେନ କରିବା ନିମନ୍ତେ କୁହଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଜୟ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଡୁଡା ପିଡି ସବ୍ୟସାଚୀ ହୋତା, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ,  ଜିଲ୍ଲା ଶିକ୍ଷାଅଧିକାରୀ ଡ.ସନାତନ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା   ସର୍ବଶିକ୍ଷା ଅଭିଯାନ ପ୍ରକଲ୍ପ ସଂଯୋଜିକା ବିନୀତା ସେନାପତି, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀଙ୍କ ସମେତ ସମସ୍ତ ବିଇଓ ଓ ଅନ୍ୟାନ୍ୟ ଅଧିକାରୀମାନେ  ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା 

2 thoughts on “ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ…

    1. ଧନ୍ୟବାଦ ସାର ରେଗୁଲାର ପଢନ୍ତୁ ସମୃଦ୍ଧ ଓଡିଶା

Comments are closed.