ବେଆଇନ ବିଦେଶୀ ମଦ ଜବତ:୩ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେଆଇନ ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ସଦର ଥାନା ପୁଲିସ ତିନିଜଣଙ୍କୁ ଗିରଫ କରିଛି । ସଦର ଥାନା ଅନ୍ତର୍ଗତ ବୋରିଗାଁରେ ନାରାୟଣ ସାହୁ ନାମକ ଜଣେ ଜଳଖିଆ ହୋଟେଲ ବ୍ୟବସାୟୀ ତାଙ୍କ ନିଜ ହେଟୋଲରେ ବ୍ରହ୍ମପୁରର କିଛି ଲୋକଙ୍କ ସହାୟତାରେ ମଦ ପ୍ରସ୍ତୁତ କରୁଥିଲେ । ଏନେଇ ସଦର ଥାନା ପୁଲିସ ଖବର ପାଇବା ପରେ ସେହି ସ୍ଥାନରେ ଚଢଉ କରି ଏଥିରେ ସଂପୃକ୍ତ ନାରାୟଣ ସାହୁ, ଅନୀଲ କୁମାର ସାହୁ ଓ ଗୁରୁବାରି ସାହୁଙ୍କୁ ଗିରଫ କରିଛନ୍ତି । କିଛି ହୋମିଓପ୍ୟାଥି ଔଷଧ ବ୍ୟବହାର କରି ସେମାନେ ବେଆଇନ ଭାବେ ଏସବୁ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ ବୋଲି ସେମାନେ ପୁଲିସ ନିକଟରେ ସ୍ୱିକାର କରିଛନ୍ତି । ପୋଲିସ ସେମାନଙ୍କ ନିକଟରୁ ବହୁ ମଦ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଏସଂପର୍କରେ ଏସଡ଼ିପିଓ ଅଶୋକ ମହାନ୍ତି, ଥାନା ଅଧିକାରୀ ଶିବ ଶଙ୍କର ମହାପାତ୍ର, ବ୍ରହ୍ମପୁର ଅତିରିକ୍ତ ଏସପି ଶାନ୍ତନୁ ଦାସ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା