ମୋବାଇଲ ଦେଉଛି ସୂଚନା,ପୋଲିସ୍ କବଜାକୁ ଶୀଘ୍ର ଆସିବେ ଅଭିଯୁକ୍ତ : ଏସଡ଼ିପିଓ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁଚର୍ଚ୍ଚିତ ଖୁଲୁଡା ଗାଁର ବିଭୂତି ଭୂଷଣ ଜେନାଙ୍କ ହତ୍ୟା ଘଟଣା ଏବେ ନୂଆ ମୋଡରେ ପହଞ୍ଚିଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ପୋଲିସ୍ ନିଜ କବ୍ଜାକୁ ନେଇପାରିବ ବୋଲି ଏସଡ଼ିପିଓ ସୁଦର୍ଶନ ଦାସ ଗତକାଲି ସୂଚନା ଦେଇଛନ୍ତି । ଗତ ୧୭ତାରିଖ ରାତ୍ରି ପ୍ରାୟ ୮ଟା ସମୟରେ ପ୍ରବଳ ଝଡବର୍ଷା ହେଉଥିବା ବେଳେ ମୃତ ବିଭୂତି ଭୂଷଣଙ୍କ ଶବ ଜଳେଶ୍ୱର ପଶ୍ଚିମବାର୍ଡ ରାସ୍ତାର ୟୁଜିସି କଲେଜ ନିକଟରେ ଥିବା ପୋଖରୀ ହୁଡା ରାସ୍ତାକଡରେ ପଡିଥିବାର ଦେଖିବାକୁ ମିଳିଥିଲା । ପରେ ଘଟଣା ସ୍ଥଳକୁ ପୋଲିସ୍ ଯାଇ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲେ । ମୃତ ବିଭୂତିର ଭାଇ ଅବନୀ ଜେନାଙ୍କ ଅଭିଯୋଗ ମୂଳେ ମାମଲା ୭୨/୧୯ ମୂଳେ ରୁଜୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ମିଳିଥିବା ମୃତକର ମୋବାଇଲକୁ ପୋଲିସ୍ ଜବତ୍ କରି ଅଧିକ ଗୁରୁତ୍ୱ ଦେଉଛି । ଘଟଣା ଦିନ ସଂଖ୍ୟା ୫ଟାରେ ଘରେ ବାଇକ୍ ରଖି ପାଦରେ ଚାଲିଚାଲି ବାହାରକୁ ଆସିଥିବା ବେଳେ ସେହି ସମୟଠାରୁ ମୃତ୍ୟୁ ସମୟ ପର୍ଯ୍ୟନ୍ତ ମୋବାଇଲ୍କୁ କାହା ନିକଟରୁ କଲ ଆସିଥିଲା ସେ ନେଇ ପୋଲିସକୁ ସୁରାକ୍ ମିଳିଛି । ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ଗତ ୨ ଦିନ ଧରି ହତ୍ୟା ଘଟଣାର ଆସାମୀକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ମାତ୍ର ଏ ସଂପର୍କରେ ସେମାନଙ୍କୁ ଠାରୁ କିଛି ତଥ୍ୟ ନ ମିଳିବାରୁ ପୋଲିସ୍ ଗତକାଲି ଛାଡି ଦେଇଛି । ଘଟଣା ପୂର୍ବରୁ ବିଭୁତି ପଶ୍ଚିମବାର୍ଡ ସ୍ଥିତ ମଦ ଦୋକାନ ଆଗରେ ଥିବାର ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । କିନ୍ତୁ କିଛି ସମୟପରେ ମୋବାଇଲ୍କୁ ଏକ କଲ ଆସିବାରୁ ସେ ନିଜ ଘରକୁ ଆସି ନିଜେ ଚାଲିଚାଲି ବଡନଗର ଅଂଚଳକୁ ଆସିଥିବାର କେତେ ସୂଚନା ମିଳିଛି । ତେଣୁ ଏହି କଲଟି କାହାର ବୋଲି ପୁଲିସ୍ ତଦନ୍ତ ଜାରି ରଖିଛି । ଖୁବ୍ ଶୀଘ୍ର ଆସାମୀ ଧର ପଡିବ ବୋଲି ଏସଡ଼ିପିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଅପର ପକ୍ଷରେ ବିଭୂତି ଭୂଷଣ ଭଦ୍ରକ ଅଂଚଳର ଏକ ଚିଟଫଣ୍ଡ ସଂସ୍ଥାରେ କାମକରୁଥିବା ବେଳେ ଅର୍ଥ ଦେଣନେଣ କାରବାରକୁ କେନ୍ଦ୍ର କରି ଅଭିଯୁକ୍ତ ମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରଯାଉଛି ।

ରିପୋର୍ଟ : ଭୂପତି କୁମାର ପରିଡା