ନାବାଳିକା ଗଣ ଦୁର୍ଷ୍କମ ଘଟଣାର ୫ଦିନ ପରେ ବି ପୋଲିସ୍ ହାତ ଖାଲି : ଅଭିଯୁକ୍ତ ଫେରାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଜନୈକା ଆଦିବାସୀ ନାବାଳିକାକୁ ଗଣ ଦୁର୍ଷ୍କମର ଜଣାଯିବା ୫ ଦିନ ବିତି ଯାଇଥିବା ବେଳେ ଅଦ୍ୟାବଧି ପୋଲିସ୍ ହାତବାନ୍ଧି ବସିଛି । ଗଣ ଦୁଷ୍କର୍ମ ଘଟିବାର ୪ ମାସ ବିତି ଯାଇଥିବା ବେଳେ ୪ ମାସ ବିତି ଯାଇଥିଲେ ମଧ୍ୟ ଏକ ମୋବାଇଲ୍ ଭାଇରାଲ ପରେ ଏପରି ଏକ ସମବେଦନଶୀଳ ଘଟଣା ପଦାକୁ ଆସିଥିଲା । ନାବାଳିକାର ମାଙ୍କର ଅଭିଯୋଗ ପରେ ମାମଲା ରୁଜୁ ହୋଇଛି ଓ ଉକ୍ତ ଘଟଣାରେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ନୟାଗ୍ରାମ ଥାନା ପୋଲିସ୍ ସହିତ ଅଭିଯୁକ୍ତର ଗାଁ ଯାଦୁକାଠାକୁ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ କୌଣସି ସଫଳତା ହାସଲ କରିପାରିନାହାନ୍ତି । ମୁଖ୍ୟ ଅଭିଯୁକ୍ତ ୨ଜଣ ଫେରାର ହୋଇଥିବାରୁ ପୋଲିସ୍ ଅନ୍ୟ ୪ଜଣ ଅଭିଯୁକ୍ତଙ୍କ ସଂପର୍କରେ ତଥ୍ୟ ଖୋଜୁଛି । ନାବାଳିକାର ଅଭିଯୋଗ ଅନୁଯାଇ ୬ଜଣ ଯୁବକ ଘଟଣା ସ୍ଥଳରେ ଥିବା ବେଳେ ଅନ୍ୟ ୪ଜଣଙ୍କ ନାମ ଜାଣିବା ପାଇଁ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୧୬୧ଧାରା ଓ ୧୬୪ ଧାରାରେ ତଦନ୍ତ ହୋଇଥିବା ବେଳେ ଏବେ ନାବାଳିକା ନିଜ ନିଜ ମାଙ୍କ ସହିତ ଗାଁରେ ଅବସ୍ଥାନ କରୁଛି । ଏ ଘଟଣାରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପଶ୍ଚିମମେଦିନୀପୁର ପ୍ରଶାସନ ସହ ଆଲୋଚନା ନ କଲେ ଏପରି ଏକ ଘଟଣା ଉପାନ୍ତ ଅଞ୍ଚଳରେ ଆଡ଼କ ତିକ୍ତତା ସୃଷ୍ଟି କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ନୟାଗ୍ରାମ ପୋଲିସର ପୂର୍ଣ୍ଣ ପ୍ରାଣ ସହଯୋଗ ନ ମିଳିଲେ ଅଭିଯୁକ୍ତମାନଙ୍କୁ ଧରିବା କଷ୍ଟସାଧ୍ୟ ହୋଇଛି । ନାବାଳିକାର ବାପା ମା, ଦିନ ମଜୁରିଆ ଓ ଏକ ଝୁମ୍ପୁଡିପଲା ଘରେ ରହୁଥିବାରୁ ଆପଦ କାଳୀନ ସହାୟତା ଯୋଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ସହିତ ସରପଂଚ ଦିଲ୍ଲୀପ ସାମଲ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା