ମୋଦୀ କହିଲେ ଭାରତ ଓ ନେପାଳ ସମ୍ପର୍କର ଯଥେଷ୍ଟ ଉନ୍ନତି ଘଟିଛି

ନୂଆଦିଲ୍ଲୀ : ଭାରତ ଓ ନେପାଳ ମଧ୍ୟରେ କ୍ରମାଗତ ଉଚ୍ଚସ୍ତରୀୟ ଆଲୋଚନା ଯୋଗୁଁ ଦୁଇ ଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି ସହ-ଅଧ୍ୟକ୍ଷ ପୁଷ୍ପକମଲ୍‍ ଦହଲ ପ୍ରଚଣ୍ଡଙ୍କ ସହ ନୂଆଦିଲ୍ଲୀ ଠାରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏହା କହିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ଆଲୋଚନାକୁ ସ୍ମରଣ କରି ଭାରତ-ନେପାଳ ସମ୍ପର୍କର ଉନ୍ନତିରେ ଶ୍ରୀ ପ୍ରଚଣ୍ଡଙ୍କ ଅବଦାନ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୁଇ ନେତା ମଧ୍ୟ ଭାରତ-ନେପାଳ ସମ୍ପର୍କରେ ଘଟିଥିବା ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି।