ମୋଦି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଅନିଲ ଅମ୍ବାନିଙ୍କ କମ୍ପାନିକୁ କରାଇଛନ୍ତି ୩୦ହଜାର କୋଟିର ଫାଇଦା-ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ନରେନ୍ଦ୍ର ମୋଦିଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି ରାହୁଲ୍‌। ରାଫେଲ ବିମାନ କିଣାରେ ହୋଇଥିବା ଦୁର୍ନୀତି ନେଇ ମୋଦି କାହିଁକି ନିରବତା ଅବଲମ୍ବନ କରୁଛନ୍ତି, ତାହା ସେ ପ୍ରଶ୍ନ କରିଛନ୍ତି।ନୂଆଦିଲ୍ଲୀରେ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,‘ପ୍ରଧାନମନ୍ତ୍ରୀ ମୋଦି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ସେ ରାଫେଲ୍‌ ବିମାନ କ୍ରୟ କାରବାରରେ ଅନିଲ୍‌ ଅମ୍ବାନୀଙ୍କୁ ୩୦,୦୦୦ କୋଟିର ପୁରସ୍କାର ଦେଇଛନ୍ତି । ଏହା ହିଁ ତାଙ୍କ ଦୁର୍ନୀତିକୁ ସ୍ପଷ୍ଟ କରୁଛି।ପ୍ରଧାନମନ୍ତ୍ରୀ ମୋଦି ଅନିଲ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଡିଫେନ୍ସକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ୩୦,୦୦୦ କୋଟିର ଫାଇଦା ଦେଇଥିବା ରାହୁଲ ଅଭିଯୋଗ କରିଆସୁଛନ୍ତି।ଫ୍ରାନ୍ସର ଏକ େଓ୍ଵବ୍‌ପୋର୍ଟାଲରେ ଖବର ପ୍ରକାଶ ପାଇଛି କି, ରାଫେଲ ନିର୍ମାଣକାରୀ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଭାରତକୁ ୩୬ଟି ରାଫେଲ୍‌ ବିମାନ ବିକ୍ରି ଲାଗି ରିଲାଏନ୍ସ ଡିଫେନ୍ସ ସହ ଏକାଠି କାମ କରିବା ଏକ ପ୍ରକାର ବାଧ୍ୟତାମୂଳକ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।ଏଥିପୂର୍ବରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ପ୍ରକାଶ କରଥିିଲେ କି ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ରାଫେଲ କାରବାରରେ ରିଲାଏନ୍ସକୁ ବ୍ୟାବସାୟିକ ସହଯୋଗୀ କରିବାକୁ ଅନୁରୋଧ କରିଥିଲେ।ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତିନିଦିନିଆ ଫ୍ରାନ୍ସ ଗସ୍ତ ଉପରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇବା ସହିତ ରାଫେଲ୍‌ ଚୁକ୍ତି ବାବଦ‌େର ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶିଳ୍ପପତି ବନ୍ଧୁ ଅନୀଲ ଅମ୍ବାନିଙ୍କ ପକେଟ୍‌ରେ ୩୦,୦୦୦ କୋଟି ଟଙ୍କା ଭର୍ତ୍ତି କରିବା ଲାଗି ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ର‌ାଫେଲ୍‌ ଚୁକ୍ତି କରିଛନ୍ତି। କିନ୍ତୁ ଏହାକୁ ସରକାର ମାନିବାକୁ ନାରାଜ। ତା’ଛଡ଼ା ଫ୍ରାନ୍ସର ଗଣମାଧ୍ୟମ ସଂସ୍ଥା ମଧ୍ୟ ଏ ନେଇ ସ୍ପଷ୍ଟ କରିସାରିଲାଣି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାପରେ ହିଁ ଅନୀଲଙ୍କ ରିଲାଏନ୍ସ ଡିଫେନ୍ସ ସହିତ ଡାସଲ୍‌ଟ ଏଭଏସନ୍ ଚୁକ୍ତି କରିଥିଲା ବୋଲି ଗଣମାଧ୍ୟମ ରିପୋର୍ଟ ଦର୍ଶାଉଛି। ତେଣୁ ଏ ବାବଦରେ ସବୁ ସ୍ପଷ୍ଟ ହୋଇଯାଇଛି ଯେ ରାଫେଲ୍‌ ଚୁକ୍ତିରେ ଏକ ବଡ଼ଧରଣର ଦୁର୍ନୀତି ‌େହାଇଛି ବୋଲି ରାହୁଲ କହିଛନ୍ତି। ନିର୍ମଳା ସୀତାରମଣଙ୍କ ଫ୍ରାନ୍ସ ଗସ୍ତ ବାବଦରେ ରାହୁଲ କହିଛନ୍ତି, ଏବେ ପ୍ରତିରକ୍ଷା ମନ୍ତ୍ରୀ କାହିଁକି ତରବରିଆ ଭାବେ ଫ୍ରାନ୍ସ ଯାଇଛନ୍ତି। ଏମିତି ଜରୁରୀ କ’ଣ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ସୀତାରମଣ ତିନିଦିନିଆ ଗସ୍ତରେ ଫ୍ରାନ୍ସ ଯାଇଛନ୍ତି। ଏହି ଗସ୍ତରେ ର‌ାଫେଲ୍‌ ଯୁଦ୍ଧ ବିମାନ ତିଆରି କରୁଥିବା ଡାସଲ୍ଟ ଏଭିଏସନ୍‌ ପ୍ଲାଣ୍ଟକୁ ମଧ୍ୟ ସେ ନିଶ୍ଚିତ ଯିବେ। ଏତେ ବଡ଼ ଚୁକ୍ତି ହାସଲ କରିଥିବାରୁ ଡାସଲ୍ଟ ମଧ୍ୟ ଭାରତ ପ୍ରତି କୃତଜ୍ଞ। ଅନ୍ୟପକ୍ଷରେ ଏତେ ବଡ଼ ଚୁକ୍ତି ଦେଇଥିବାରୁ ଭାରତ ସରକାର ମଧ୍ୟ ଡାସଲ୍ଟକୁ ନିଜ ଇଚ୍ଛା ଅନୁସାରେ ନଚାଇ ପାରିବେ। ପ୍ରତିରକ୍ଷା ମନ୍ତ୍ରୀ ଯେମିତି ବତାଇବେ ଡାସଲ୍ଟ ସେମିତି କହିବ ବୋଲି ରାହୁଲ କହିଛନ୍ତି।