କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରି ଆସୁଥିବାରୁ ଓଡ଼ିଶାରୁ ପ୍ରକାଶ ପାଉଥିବା ୭୦ରୁ ଊର୍ଦ୍ଧ ସରକାରୀ ସ୍ୱୀକୃତିପ୍ରାପ୍ତ ଦୈନିକ,ଶହେରୁ ଊଦ୍ଧ୍ୱର୍ ସାପ୍ତାହିକ, ପାକ୍ଷିକ, ମାସିକ ପତି୍ରକାମାନେ ବିଜ୍ଞାପନ ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଏହି ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସତ୍ୟ ନଗରସ୍ଥିତ ପୂର୍ତ୍ତ ବିଭାଗ ଆଇବି ଠାରେ ସଂଘର ଏକ ବୈଠକ ଉତ୍କଳ ମେଲର ସମ୍ପାଦକ ପିତବାସ ମିଶ୍ରଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇ ଆନ୍ଦୋଳନ ସମ୍ପର୍କରେ ଚୂଡ଼ାନ୍ତ ରୂପରେଖ ନିଆଯାଇଥିବା ମହାସଂଘର ନବ ନିର୍ବାଚିତ ସଭାପତି ତଥା ନବୀନର ସମ୍ପାଦକ ରବି ରଥ ପ୍ରକାଶ କରିଛନ୍ତି । ପ୍ରଥମେ ରାଜଭବନ ସମ୍ମୁଖରେ ଧାରଣା ଦେବା ସହିତ ପରବର୍ତ୍ତୀ ସମୟରେ ଲୋକ ସମ୍ପର୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟଧାରଣା ଦିଆଯିବ ବୋଲି ସ୍ଥିରିକୃତ ହୋଇଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ, ଓଡ଼ିଶା ସରକାର ୧୧ଟି ଦୈନିକ ସମ୍ବାଦପତ୍ରକୁ ବୃହତ ସମ୍ବାଦପତ୍ରଶ୍ରେଣୀଭୁକ୍ତ କରି କୋଟିକୋଟି ଟଙ୍କାର ବିଜ୍ଞାପନ ଦେଉଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ପ୍ରତିବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଏପରିକି ଦୀର୍ଘବର୍ଷ ଧରି ଧାରାବାହିକ ଭାବେ ପ୍ରକାଶ ପାଇ ଆସୁଥିବା ସମ୍ବାଦପତ୍ରଗୁଡ଼ିକ ସରକାରୀଅନୁମୋଦନ ପାଇଁ ନିବେଦନ କରିଥିଲେ ମଧ୍ୟ ସେ ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନହେବା ପରେ ଜିଏସିଟି, ସିଏସଟି, ଭ୍ୟାଟ ଇତ୍ୟାଦି ଆଇନ ପ୍ରଚଳନ କରିବା ଏବଂ ସମ୍ବାଦପତ୍ର ଗୁଡ଼ିକ ପାଇଁ ନୂତନ ନୀତି ପ୍ରଣୟନ କରିବା ଯୋଗୁଁ ଆଜିଓଡ଼ିଶାର ଶହ ଶହ ସମ୍ବାଦପତ୍ର ବନ୍ଦ ହେବାରେ ଲାଗିଛି । ଓଡ଼ିଶା ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିତାପର ବିଷୟ । ବିଭିନ୍ନ ସମୟରେସଂଗଠନ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଅଧିକ ବିଜ୍ଞାପନ ପ୍ରଦାନ କରିବା, ଅନୁମୋଦନ ପାଇଁ ଅପେକ୍ଷା କରିଥିବା ସମ୍ବାଦପତ୍ରଗୁଡ଼ିକୁ କୋହଳନୀତି ଅବଲମ୍ବନ କରି ସରକାରୀ ସ୍ୱୀକୃତି ପ୍ରଦାନ କରିବା, ଓଡ଼ିଶାରେ ସାମ୍ବାଦିକ ପେନସନ ଆଇନ ଲାଗୁ କରିବା, ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ସମ୍ବାଦପତ୍ର କାର୍ଯ୍ୟାଳୟ ପାଇଁ ଭୁବନେଶ୍ୱରରେ କାର୍ଯ୍ୟାଳୟ ଯୋଗାଇବା, ଓଡ଼ିଶାରେ ସାମ୍ବାଦିକ ଆଇନ ଲାଗୁ କରିବା ଇତ୍ୟାଦି ଦାବି ଉପରେ ସଂଘପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।ଏଠାରେ ଉଲ୍ଲେଖ କରାଯାଇପାରେ, ଗତ ୨ ବର୍ଷ ତଳେ ସଂଘ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନ ଧରି ଧାରଣାଦିଆଯାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର କିଛି ମୈଳିକ ଦାବି ପୂରଣ କରିଥିଲେ । ଅନ୍ୟାନ୍ୟ ଦାବି ଗୁଡ଼ିକ ପୂରଣ ହୋଇପାରିନାହିଁ । ବଡ଼ବଡ଼ ସମ୍ବାଦପତ୍ରକୁ ପୁରା ପୃଷ୍ଠା ବିଜ୍ଞାପନ ଦିଆଯାଉଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଅନ୍ତତଃ ଅଧାପୃଷ୍ଠା ବିଜ୍ଞାପନ ଦେବା ପାଇଁ ବିଭାଗୀୟ ଅଧିକାରୀମାନେ ବିଚାର କରୁଥିବା କହୁଥିବା ବେଳେ କୌଣସି ଫଳପ୍ରଦ ହେଉନାହିଁ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଶିଳ୍ପରେ ରାଜ୍ୟର ପ୍ରାୟ ୧୦ ହଜାରରୁଊଦ୍ଧ୍ୱର୍ ପରିବାର ରୋଜଗାରର ପନ୍ଥା ଅବଲମ୍ବନ କରୁଥିବା କରୁଥିବା ବେଳେ ସରକାର ସେମାନଙ୍କ ବିଷୟ ଚିନ୍ତା କରିବା ଜରୁରୀ ହୋଇପଡ଼ିଛି ବୋଲି ସଂଘପକ୍ଷରୁ କୁହାଯାଇଛି । ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ନେଇ ଏକ କମିଟି ଗଠନ କରାଯାଇଛି ।ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶାଖା ସଭାପତି ତଥା ନବୀନର ସମ୍ପାଦକ ରବି ରଥ ମହାସଂଘର ସଭାପତି ଭାବେମନୋନୀତ ହୋଇଥିବା ବେଳେ ଉକିଳ ମେଲର ସମ୍ପାଦକ ପିତବାସ ମିଶ୍ର କାର୍ଯ୍ୟକାରୀ ସଭାପତି, ଉପସଭାପତି ଭାବେ ବିରଜାଭୂମିର ସମ୍ପାଦକ ନିର୍ମଳ ଚନ୍ଦ୍ରସାମଲ, ଅନେକ ସୂଚନାର ସମ୍ପାଦକ ନିତ୍ୟ ରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ରଜନୀକାନ୍ତ ଦାଶ, ବିଶ୍ୱବାଣୀର ସମ୍ପାଦକ ଅର୍ଜୁନ ମୁଦୁଲି, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ରବି ରଥ