ମୃତ ସ୍ତ୍ରୀର ଶବକୁ ଖୋଲା ରିକ୍ସାରେ ନେଲା ସ୍ୱାମୀ : ମ୍ୟୁନିସିପାଲଟି ସହାୟତାରେ ଶବ ସତ୍କାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ପଞ୍ଚାୟତ ଅଧିନ ଶାଳିକୋଠା ଗାଁର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ବାସନ୍ତୀର ମୃତ ଶରୀର ନିଖୋଜର ୩ ଦିନ ପରେ ରାସ୍ତାକଡ ନୟନଯୋଡିର ଏକ ପୋଲତଳୁ ଉଦ୍ଧାର କରାଯାଇଥିଲା । ଘଟଣା ଜଣାଯିବାପରେ ସ୍ୱାମୀ ପୂର୍ଣ୍ଣ ସିଂ ପୋଲିସ୍ ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ଜଳେଶ୍ୱର ନେଇଥିଲେ । କିନ୍ତୁ ମୃତ ଶରୀରକୁ ଗାଁକୁ ନେବାଲାଗି ଆମ୍ବୁଲାନ୍ସ ନ ମିଳିବାରୁ ଏକ ଖୋଲା ରିକ୍‌ସାରେ ନିଆଯାଇଥିଲା । ଶବକୁ ସମ୍ମାନ ଲାଗି ସରକାର ଯୋଜନା କରିଥିବା ବେଳେ ତାହା ଏଠାରେ ଫେଲ ମାରିଛି । ଶବଟି ପଚିଯାଇଥିବାରୁ ଗାଁକୁ ନେବା ସମ୍ଭବ ନ ଥିଲା । ତେଣୁ ମ୍ୟୁନିସିପାଲଟିର ମେହେନ୍ତର ସହାୟତାରେ ୬୦ନଂ ଜାତୀୟ ରାଜପଥ ସହାୟତାରେ ପୋତିଥିବା ଜଣାଯାଇଛି । ଆଜି ବାଲେଶ୍ୱର ସ୍ୱାସ୍ଥ୍ୟବିଭାଗର ସହକାରୀ ମୁଖ୍ୟ ଚିକିତ୍ସକ ଶଶାଙ୍କ ଶେଖର ଚୌଧୁରୀ ଘଟଣାସ୍ଥଳକୁ ଆସି ତାର ସ୍ୱାମୀ ପୂର୍ଣ୍ଣ ସିଂ ସହିତ ଆଲୋଚନା କରି ଫେରି ଯାଇଛନ୍ତି ।

ରିପୋର୍ଟ ; ଭୂପତି ପରିଡା