ବଜ୍ରପାତରେ ଚାଷୀର ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ମାକିଡିଆ ପଂଚାୟତର କୁଅଁରପୁର ଗାଁର ଚାଷୀ ଭାନୁଚରଣ ପାତ୍ର (୫୫) ନିଜ ଚାଷକାର୍ଯ୍ୟଲାଗି ଆଜି ସୋମବାର ଅପରାହ୍ନରେ ବିଲକୁ ଯାଇଥିଲେ । ହଠାତ୍ ଘଡଘଡି ସହିତ ବର୍ଷା ଆସିବାରୁ ସେ ଗାଁକୁ ଫେରିବାକୁ ଚେଷ୍ଟା କଲାବେଳେ ହଠାତ୍ ତା ଉପରେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ତାର ମୃତ୍ୟ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ । ତାର ବିଧବା ପତ୍ନୀ ଓ ଏକମାତ୍ର ନାବାଳକ ପୁତ୍ରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା