ମୁଖ୍ୟାଂଶରେ ୨୦୨୦ ବଜେଟ୍…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ୨୦୨୦ ସାଧରଣ ବଜେଟ୍ ଲୋକସଭାରେ ଆଗତ ହୋଇଛି । ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ନରେନ୍ଦ୍ର ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳର ବଜେଟ୍ ଲୋକସଭାରେ ଆଗତ କରିଛନ୍ତି । ସେ ନିଜର ବଜେଟ୍ ଅଭିଭାଷଣ ଆରମ୍ଭ କରିଛନ୍ତି । ନିର୍ମଲା ସୀତାରମଣ ନିଜ ବଜେଟ୍ ଅଭିଭାଷଣରେ କହିଲେ ଯେ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମି ମଜବୂତ ଅଛି । ମୁଦ୍ରାସ୍ଫିତି ସୁନିୟନ୍ତ୍ରିତ ହୋଇଛି । ଭିତ୍ତିଭୂମି ଢାଂଞ୍ଚାରେ ସୁଧାର ଏବଂ ସାମୁହିକ ବିକାଶ ଏହି ପରିବର୍ତ୍ତନର ବିଶେଷତ୍ତ୍ୱ ଅଟେ । ଏହି ବଜେଟରେ ଲୋକମାନଙ୍କର ଆୟ ସୁନିଶ୍ଚିତ କରିବା ଏବଂ ତାଙ୍କ କ୍ରୟ ଶକ୍ତି ବଢ଼ାନେବା ପାଇଁ ଚେଷ୍ଟା କରାଯାଇଛି । ଏହାପରେ ଜିଏସଟିର ମୁଖ୍ୟ ବାସ୍ତୁକାର ଅରୁଣ ଜେଟଲୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା । କମ କମ ଜିଏସଟି ଦର କାରଣରୁ ପରିବାରର ମାସିକ ଖର୍ଚ୍ଚରେ ୪ ପ୍ରତିଶତ ସଞ୍ଚୟ ହୋଇଛି । ଦୁଇ ବର୍ଷରେ ୬୦ ଲକ୍ଷରୁ ଅଧିକ କରଦାତାଙ୍କୁ ଯୋଡ଼ା ଯାଇଛି । ୧ ଅପ୍ରିଲ ୨୦୨୦ରୁ ସରଲୀକୃତ ନୂଆ ବିବରଣୀ ପ୍ରଣାଳୀ ଆରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ କୁସୁମ ଷ୍ଟାଣ୍ଡ ଆଲୋନ ସୋଲାର ପମ୍ପ ପାଇଁ ୨୦ ଲକ୍ଷ ଚାଷୀ ସାମିଲ କରାଯିବ । ପାଣି ସମ୍ବନ୍ଧିତ ବିଷୟ ସମଗ୍ର ଦେଶରେ ଏବେ ଗମ୍ଭୀର ଚିନ୍ତାର ବିଷୟ । ପାଣି ସମସ୍ୟା ସମ୍ମୁଖୀନ ହେଉଥିବା ୧୦୦ ଜିଲ୍ଲାବାସୀଙ୍କ ପାଇଁ ବ୍ୟାପକ ଉପାୟ କରାଯିବା ପାଇଁ ପ୍ରସ୍ତାବ ରହିଛି । ଆଦର୍ଶ ଆଇନ୍ କୁ କ୍ରିୟାନ୍ଵିତ କରୁଥିବା ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନର ପ୍ରସ୍ତାବ ରହିଛି । ୨୦୨୨ ପର୍ଯ୍ୟନ୍ତ ଚାଷୀଙ୍କର ଆୟ ଦୁଇଗୁଣା କରିବା ପାଇଁ ପ୍ରତିବଦ୍ଧତା । ପିଏମ କୁସୁମରେ ଷ୍ଟାଣ୍ଡ ଆଲୋନ ସୋଲାର ପମ୍ପ ପାଇଁ ଲକ୍ଷ ଚାଷୀ ସାମିଲ ହେବ ।
ଦୁଗ୍ଧ, ମାଂସ ତଥା ମାଛ ସମେତ ଖରାପ ହେବାକୁ ଥିବା ବସ୍ତୁ ପାଇଁ ଚାଷୀ ରେଳ ଚଲାଯିବ ।ବେସାମରୀକ ବିମାନ ମନ୍ତ୍ରାଣାଳୟ ଅନ୍ତରାଷ୍ଟ୍ରୀୟ ଏବଂ ରାଷ୍ଟ୍ରୀୟ ମାର୍ଗରେ କୃଷି ଉଡ଼ାଣର ପ୍ରାରମ୍ଭ ହେବ ।
ଅର୍ଥ ମନ୍ତ୍ରୀ ବଜେଟ ଭାଷଣ ସମୟରେ ପଢ଼ିଥିଲେ ଦୀନାନାଥ କୌଲର କାଶ୍ମୀରୀ କବିତା ସବକା ସାଥ ସବକା ବିକାସ, ସବକା ବିଶ୍ୱାସରେ କାର୍ଯ୍ୟକ୍ରମର କ୍ରିୟାନ୍ୱୟନର ଗତି ଅନେକ ଗୁଣ ବଢ଼ିଛି ।
୨୦୦୯-୧୪ର ସମୟରେ ମୁଦ୍ରାସ୍ଫୀତି ୧୦.୫ପ୍ରତିଶତ ରହିଥିଲା । ଏବେ ବିଶ୍ୱର ପଞ୍ଚମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଆମର ଅଟେ । ଭାରତର ପ୍ରତ୍ୟକ୍ଷ ବିଦେଶୀ ନିବେଶ ୨୦୧୪-୧୯ ର ସମୟରେ ୨୮୪ ବିଲିୟନ ଆମେରୀକୀୟ ଡଲାରରେ ପହଁଚିଛି । କେନ୍ଦ୍ର ସରକାରଙ୍କର ଋଣ ହ୍ରାସପାଇ ମାର୍ଚ୍ଚ ୨୦୧୯ ରେ ଜିଡିପିର ୪୮.୭ ପ୍ରତିଶତ ହୋଇଛି । ୨୦୦୬-୧୬ ମଧ୍ୟରେ ଭାରତ ୨୭୧ ମିଲିୟନ ଲୋକମାନଙ୍କୁ ଗରୀବ ସ୍ତରରୁ ଉପରକୁ ଉଠାଇବା ପାଇଁ ସହାୟତା କରାଯାଇଛି । ଏହି ବଜେଟକୁ ଦୁଇଟି ଅତ୍ୟାଧୁନିକ ବିକାଶର ପୃଷ୍ଠଭୂମିରେ ଆଗତ କରିବାକୁ ମନ୍ତ୍ରୀ ଚାହିଁଥିଲେ ବୋଲି କହିଥିଲେ । ପିପିପି ମଡେଲ ଅନୁଯାୟୀ ବିକଶିତ ହେବେ ପାଞ୍ଚଟି ସହର ବୋଲି କହିଛନ୍ତି । ନିବେଶ ପାଇଁ ପ୍ରକୋଷ୍ଠ ସ୍ଥାପିତ କରିବା ପାଇଁ ପ୍ରସ୍ତାବ ରହିଛି । ଭାରତକୁ ପ୍ରଦୋଗୀକୀ ବସ୍ତ୍ରରେ ଅଗ୍ରଣୀ କରାଇବା ପାଇଁ ରାଷ୍ଟ୍ରୀୟ ପ୍ରଦ୍ୟୋଗୀକୀ ବସ୍ତ୍ର ମିଶନର ପ୍ରସ୍ତାବ ରହିଛି । ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଉପକରଣ, ସେମି କଣ୍ଡକ୍ଟରର ପ୍ୟାକେଜିଙ୍ଗର ବିନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ରହିଛି । ଉଦ୍ୟୋଗ ଏବଂ ବାଣିଜ୍ୟର ଉତ୍ପାଦର ବିକାଶ ଏବଂ ସଂବର୍ଦ୍ଧନ ପାଇଁ ୨୭,୩୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଶିଘ୍ର ହେବ ରାଷ୍ଟ୍ରୀୟ ଲଜିଷ୍ଟିକ ନୀତି ବୋଲି କୁହାଯାଇଛି । ପିପିପି ମଡେଲ ଅନୁଯାୟୀ ପାଞ୍ଚଟି ସହରକୁ ବିକଶିତ କରାଯିବ । ରାଜମାର୍ଗଗୁଡ଼ିକର ବିକାଶ ଶିଘ୍ର କରାଯିବ । ଶିଘ୍ର ହେବ ନୂଆ ଶିକ୍ଷା ନୀତିର ଘୋଷଣା
ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୧୫୦ ଉଚ୍ଚତର ଶିକ୍ଷା ସଂସ୍ଥା ଏବଂ ଏହି ସମ୍ବନ୍ଧିତ କୋର୍ସର ପ୍ରାରମ୍ଭ ପାଇଁ ପ୍ରସ୍ତାବ । ରାଷ୍ଟ୍ରୀୟ ପୋଲିସ ବିଶ୍ୱବିଦ୍ୟାଲୟ ଏବଂ ନ୍ୟାୟାୟିକ ବିଜ୍ଞାନ ବିଶ୍ୱବିଦ୍ୟାଲୟର ପ୍ରସ୍ତାବ ରହିଛି । ବଞ୍ଚିତ ବର୍ଗଙ୍କ ପାଇଁ ଡିଗ୍ରୀ ସ୍ତରର ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମର ପ୍ରସ୍ତାବ ରହିଛି । ଷ୍ଟଡି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଯାୟୀ ଇଣ୍ଡ-ସ୍ୟାଟର ଏସିଆ ଏବଂ ଆଫ୍ରିକାରେ ସଞ୍ଚାଳନ ହେବ । ଶିକ୍ଷା କ୍ଷେତ୍ର ପାଇଁ ପ୍ରାୟତଃ ୯୯,୩୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । କୌଶଳ ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି । ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମଡେଲ (PPP)ରେ ମେଡିକାଲ କଲେଜ ନିର୍ମାଣ କରାଯିବ ।
ସ୍ୱଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୯ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି । ଆମର ସରକାର ଓଡିଏଫ ପ୍ଲସ ପ୍ରତି ପ୍ରତିବଦ୍ଧ ରହିଛି । ୨୦୨୪ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାମାନଙ୍କରେ ଜନ ଔଷଧି କେନ୍ଦ୍ରର ବିସ୍ତାର କରାଯିବ । ସ୍ୱଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଜନ ଜୀବନ ମିଶନ ପାଇଁ ୩.୬୦ ଲକ୍ଷ କୋଟି ଟଙ୍କାର ଅନୁମୋଦନ ରହିଛି । ଇନ୍ଦ୍ରଧନୁଶ ମିଶନର ବିସ୍ତାର କରାଯିବ । କୃଷିକୁ ପ୍ରତିଯୋଗିତା ମୂଳକ ବନାଇ ଚାଷୀମାନଙ୍କର ଉନ୍ନତି ସୁନିଶ୍ଚିତ କରାଯିବ । ଆମର ସରକାର ସାମୁଦ୍ରୀକ ମତ୍ସ୍ୟ ସମ୍ବଳର ପ୍ରବନ୍ଧନ ପାଇଁ ଫ୍ରେମୱାର୍କ କରିବା ପାଇଁ ପ୍ରସ୍ତାବ ଦେଉଛି । ୨୦୨୨-୨୩ ପର୍ଯ୍ୟନ୍ତ ମତ୍ସ୍ୟ ଉତ୍ପାଦନ ବଢ଼ାଇ କରି ୨୦୦ ଲକ୍ଷ ଟନ କରିବା ପାଇଁ ପ୍ରସ୍ତାବ ରହିଛି । ୨୦୨୦-୨୧ ପାଇଁ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ କିସାନ ଯୋଜନାର ସମସ୍ତ ଲାଭାର୍ଥୀ କେସିସି ସ୍କିମରେ ସାମିଲ ହେବେ । ଚାଷୀମାନଙ୍କ ଉନ୍ନତି ପାଇଁ ବଜେଟ ୧୬ଟି ବିନ୍ଦୁ ଉପରେ କାର୍ଯ୍ୟ ଯୋଜନାର ଘୋଷଣା, ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦେବାର ଉପାୟ କରାଯିବ । ଇନ୍ଦ୍ରଧନୁଶ ମିଶନର ବିସ୍ତାର କରାଯିବ । ଟିଭି ହାରିବ ତେବେ ଦେଶ ଜୀତିବ । ଅହମ୍ମଦାବାଦର ଲୋଥଲରେ ଜାହାଜ ସଂଗ୍ରହାଳୟ ସ୍ଥାପିତ ହେବ । ୨୦୨୦-୨୧ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପାଇଁ ୩,୧୫୦ କୋଟି ଟଙ୍କାର ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ୨୫୦୦ କୋଟି ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ରହିଛି । ଭାରତୀୟ କୀର୍ତ୍ତୀରାଜି ଏବଂ ଐତିହାସିକ ସ୍ଥଳର ସଂରକ୍ଷଣ ପାଇଁ ସଂସ୍ଥାନର ସ୍ଥାପନା ହେବ । ବଡ଼ ନଗରଗୁଡ଼ିକର ସ୍ଵଚ୍ଛତା ସୁନିଶ୍ଚିତ କରିବା ପାଇଁ ୪୪ କୋଟି ଟଙ୍କାର ଆବଣ୍ଟନ କରାଯିବ । ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ପାଇଁ ଦିଆଯିବ ୮୫ ହଜାର କୋଟି ମହିଳା ବିଶିଷ୍ଟ କାର୍ଯ୍ୟକ୍ରମ ପାଇଁ ୨୮,୬୦୦ କୋଟି ଟଙ୍କାର ପ୍ରାବଧାନ । ସିବର ସିଷ୍ଟମ କିମ୍ବା ଟ୍ୟାଙ୍କର ସଫା କରିବା ପାଇଁ କୌଣସି ମ୍ୟାନୁଆଲ ସିଷ୍ଟମ ହେବ ନାହିଁ । ପୋଷଣ ସମ୍ବନ୍ଧିତ କାର୍ଯ୍ୟକ୍ରମ ପାଇଁ ୩୫,୬୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର କଲ୍ୟାଣ ପାଇଁ ୮୫ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରାୟତଃ ୯,୫୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ପାଞ୍ଚଟି ଐତିହ୍ୟ ସ୍ଥଳରେ ମ୍ୟୁଜିୟମ ନିର୍ମାଣ ହେବ – ହସ୍ତିନାପୁର, ଶିବସାଗର, ଡୋଲାବୀରା, ଆଦିଚେଲ୍ଲନୁର, ରାଖୀଗଢି । ତା’ ବ୍ୟତୀତ ରାଞ୍ଚିରେ ଟ୍ରାଇବାଲ ମ୍ୟୁଜିୟମ ବନିବ । ଛଅ ଲକ୍ଷରୁ ଅଧିକ ଆଙ୍ଗନବାଡ଼ୀ କାର୍ଯ୍ୟକର୍ତ୍ତାମାନଙ୍କୁ ଦିଆଯିବ ସ୍ମାର୍ଟଫୋନ ବେଟୀ ବଚାଓ, ବେଟୀ ପଢ଼ାଓ – ଆଶ୍ଚର୍ଯ୍ୟଜନକ ଭାବେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଏକ ଲକ୍ଷ ଗ୍ରାମ ପଂଚାୟତକୁ ଫାଇବର ଟୁ ହୋମ କନେକ୍ସନରେ ଯୋଡ଼ାଯିବ । ଛଅ ଲକ୍ଷରୁ ଅଧିକ ଆଙ୍ଗନବାଡ଼ୀ କାର୍ଯ୍ୟକର୍ତାମାନଙ୍କୁ ସ୍ମାର୍ଟଫୋନ ଦିଆଯିବ । ଭାରତନେଟ କାର୍ଯ୍ୟକ୍ରମକୁ ଛଅ ହଜାର କୋଟି ଦେବାକୁ ପ୍ରସ୍ତାବ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ଟ୍ରେନର କାମ ଶିଘ୍ର କରିବାକୁ ଚେଷ୍ଟା କରାଯିବ । ଭାରତନେଟ କାର୍ଯ୍ୟକ୍ରମକୁ ଛଅ ହଜାର କୋଟି ଦେବାକୁ ପ୍ରସ୍ତାବ । ବିଦ୍ୟୁତ ଏବଂ ନବୀକରଣୀୟ କ୍ଷେତ୍ରକୁ ୨୨ ହଜାର କୋଟି ଦେବାକୁ ପ୍ରସ୍ତାବ ରହିଛି । କ୍ୱାଣ୍ଟନ ପ୍ରୌଦ୍ୟୋଗିକୀ ଏବଂ ଆପ୍ଲିକେସନ ଉପରେ ରାଷ୍ଟ୍ରୀୟ ମିଶନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ । ଉଡ଼ାନ ସ୍କିମକୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ ନୂଆ ଏୟାରପୋର୍ଟ ବନିବ ଆମ ସାମୁଦ୍ରୀକ ବନ୍ଦରଗୁଡ଼ିକୁ ଦକ୍ଷ ବନାଇବା ପାଇଁ ଆବଶ୍ୟକତା ଅଛି । ଉଡ଼ାନ ସ୍କିମକୁ ପ୍ରୋତ୍ସାହିତ କରିବାପାଇଁ ୧୦୦ ଟି ବିମାନ ବନ୍ଦର ହେବ। ୨୦୨୦-୨୧ ରେ ପରିବହନ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ରହିଛି । ରାଷ୍ଟ୍ରୀୟ ଗ୍ୟାସ ଗ୍ରୀଡକୁ ବଢ଼ାଇ ୨୭ ହଜାର କିଲୋମିଟର କରିବାକୁ ପ୍ରସ୍ତାବ ରହିଛି । ୨୦୨୦-୨୧ ରେ ୩.୫ ପ୍ରତିଶତ ରହିବ ରାଜକୋଷୀୟ କ୍ଷତି ସରକାର ୧୫ତମ ଅର୍ଥ ଆୟୋଗର ପ୍ରସ୍ତାବ ମଞ୍ଜୁର କରିଛନ୍ତି । ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବ୍ୟୟର ସଂଶୋଧିତ ଅନୁମାନ ୨୬.୧୯ ଲକ୍ଷ କୋଟି ଅଟେ । ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପ୍ରାପ୍ତି ୧୯.୩୨ ଲକ୍ଷ କୋଟି ଅଟେ । ବର୍ଷ ୨୦୨୦-୨୧ ପାଇଁ ପ୍ରତିଶତ କ୍ଷତି ୩.୫ ପ୍ରତିଶତ ରହିବାର ଅନୁମାନ । ସରକାର ବିକ୍ରୀ କରିବେ ଏଲଆଇସିରୁ ନିଜର ଅଂଶ ୨୦୧୯-୨୦ ବଜଟ ପରେ ସରକାର ଏନବିଏଫସି ପାଇଁ ଆଂଶିକ ଋଣ ଗାରେଣ୍ଟି ସ୍କିମ ପ୍ରସ୍ତୁତ କରିବେ । ସରକାରଙ୍କର ଆଇପିଓ ଦ୍ୱାରା ଏଲଆଇସି ଏବଂ ଆଇଡିବିଆଇ ବ୍ୟାଙ୍କରେ ଥିବା ନିଜର ସେୟାର ତଥା ପୁଞ୍ଜିର ଅଂଶ ବିକ୍ରୀ କରିବାର ପ୍ରସ୍ତାବ ଆଣିଛନ୍ତି । କାରକ ବିନିମୟ ଅଧିନିୟମରେ ସଂଶୋଧନର ପ୍ରସ୍ତାବ । ଆପ ଆଧାରିତ ବୀଜକ ଅର୍ଥପୋଷଣ (ସିଡ୍ କ୍ୟାପିଟାଲ) ଋଣ ଉତ୍ପାଦ ଆରମ୍ଭ କରାଯିବ । ସିଡବି ବ୍ୟାଙ୍କ ସହିତ ଏକ୍ଜିମ ବ୍ୟାଙ୍କ ଦ୍ୱାରା ୧୦୦୦ କୋଟିର ସ୍କିମ ପ୍ରାରମ୍ଭ ହେବ । ବ୍ୟାଙ୍କର ଇନ୍ସ୍ୟୋର୍ଡ ରାଶି ୧ ଲକ୍ଷରୁ ବଢ଼ାଇକରି ୫ ଲକ୍ଷ କରାଯିବ । ଅର୍ଥାତ୍ ଯଦି ବ୍ୟାଙ୍କ ବୁଡ଼ିଯାଏ ତେବେ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ସରକାର ଫେରାଇବେ । ଏହି ରାଶି ପୂର୍ବରୁ ଏକ ଲକ୍ଷ ଥିଲା । ଯାହାକୁ ବଢା଼ଇକରି ଏବେ ପାଞ୍ଚ ଲକ୍ଷ କରାଯାଇଛି । ଷ୍ଟକ ଏକ୍ସଚେଞ୍ଜ ଜରିଆରେ ବିକ୍ରୀ ହେବ ଆଇଡିବିଆଇ ବ୍ୟାଙ୍କର ଶେଷ ପୁଞ୍ଜି ଅର୍ଥବ୍ୟବସ୍ଥାର ଚକାକୁ ଚାଲୁ ରଖିବା ପାଇଁ ଏମଏସଏମଆଇ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏମଏସଏମଆଇ ଉଦ୍ୟୋମୀ ଅଧୀନସ୍ଥ ଋଣ ପ୍ରଦାନ କରିବା ପାଇଁ ସ୍କିମର ପ୍ରସ୍ତାବ ରହିଛି । ଲଦ୍ଦାଖ ପାଇଁ ୫,୯୫୮ କୋଟି ଟଙ୍କା ଆବଣ୍ଟିତ ହେବ । ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୦-୨୧ରେ ୩୦,୭୫୭ କୋଟି ଟଙ୍କାର ଆବଣ୍ଟନ । ଲଦ୍ଦାଖ ପାଇଁ ୫,୯୫୮ କୋଟି ଟଙ୍କାର ରାଶି ଆବଣ୍ଟିତ । ରାଷ୍ଟ୍ରୀୟ ନିଯୁକ୍ତି ଏଜେନ୍ସୀର ହେବ ସ୍ଥାପନା । ୨୦୨୨ରେ ଭାରତୀୟ ଜି-୨୦ ଅଧ୍ୟକ୍ଷତା ଭାରତ କରିବ । ଏହାର ପ୍ରସ୍ତୁତି ପାଇଁ ୧୦୦ କୋଟି ଟଙ୍କାର ଆବଣ୍ଟିତ କରାଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ମୋଦୀ ସରକାରଙ୍କର ପ୍ରାଥମିକତା – ଆମେ ସ୍ପଷ୍ଟ, ଭ୍ରଷ୍ଟାଚାର ମୁକ୍ତ ପ୍ରଶାସନ ଦେଇଛୁ । ଆମ ଉପରେ ପ୍ରତ୍ୟେକ ନାଗରିକ ଭରସା ରଖିଛନ୍ତି । ମହିଳାମାନଙ୍କ ଉପରେ ଧ୍ୟାନ ଦିଆଯାଇଛି । ଶସ୍ତା ଘର କିଣିବା ପାଇଁ ମିଳିବ ଦେଢ଼ ଲକ୍ଷ ଟଙ୍କାର ଅତିରିକ୍ତ ଛୁଟ୍ : ଶସ୍ତା ଘର କିଣିବା ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼କୁ ଏକ ବର୍ଷ ବଢ଼ାଇବାକୁ ପ୍ରସ୍ତାବ । ଧର୍ମ ସ୍ଥଳୀ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଇଲେକ୍ଟ୍ରୋନିକ୍ ହେବ । MSME: ଲେଖା ପରୀକ୍ଷା ପାଇଁ ସର୍ବମୋଟ କାରବାରର ଉଚ୍ଚତମ ସୀମା ଏକ କୋଟିରୁ ପାଞ୍ଚ କୋଟି ହେବ । ଆୟକର ଅଧିନିୟମରେ ସଂଶୋଧନ କରିବାର ପ୍ରସ୍ତାବ ଯାହାଫଳରେ ଫେସଲେସ ନିର୍ଧାରଣ ଆଧାରରେ ଫେସଲେସ ଅପିଲ କରାଯାଇପାରିବ । Chhaya© ସହକାରୀ ସଂସ୍ଥାଗୁଡ଼ିକ ପାଇଁ କର ଦରରେ ଆଶ୍ୱସ୍ତି ଷ୍ଟାର୍ଟଅପ ଆମର ଅର୍ଥବ୍ୟବସ୍ଥାର ବିକାଶ ଇଞ୍ଜନ ରୂପେ ଆସିଅଛି । ନିବେଶକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଲାଭାଂଶ ବିତରଣ କର ହଟାଯିବାକୁ ପ୍ରସ୍ତାବ । ନୂଆ ବ୍ୟକ୍ତିଗତ ଆୟକର ଦର ପାଇଁ ପ୍ରତିବର୍ଷ ୪୦ ହଜାର କୋଟିର ଅନୁମାନିତ ପରିତ୍ୟକ୍ତ ରାଜସ୍ୱ ଆବଶ୍ୟକ । ବିଦ୍ୟୁତ କ୍ଷେତ୍ରରେ ନିବେଶ ପାଇଁ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ୧୫ ପ୍ରତିଶତ ରିହାତୀ କର୍ପୋରେଟ କର ଦେବାକୁ ପ୍ରସ୍ତାବ । ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟ୍ୟାକ୍ସ ନାହିଁ । ପାଞ୍ଚରୁ ସାଢ଼େ ସାତ ଲକ୍ଷ ମଧ୍ୟରେ ଏବେ ୧୦ ପ୍ରତିଶତ ଦର ଲାଗୁ ହେବ । ୭.୫ ରୁ ୧୦ ଲକ୍ଷ ମଧ୍ୟରେ ଆୟ ଉପରେ ଏବେ ୧୫ ପ୍ରତିଶତ ଦର ଲାଗୁ ହେବ ।
୧୦ ଲକ୍ଷ ରୁ ୧୨.୫ ଲକ୍ଷ ମଧ୍ୟରେ ଆୟ ଉପରେ ୨୦ପ୍ରତିଶତ ଦର ଲାଗୁ ହେବ । ୧୨.୫ ଲକ୍ଷ ରୁ ୧୫ ଲକ୍ଷ ମଧ୍ୟରେ ଆୟ ଉପରେ ୨୫ ପ୍ରତିଶତ ଦର ଲାଗୁ ହେବ । ୧୫ ଲକ୍ଷ ରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଦର କର ଲାଗୁ ହେବ । ନୂଆ କର ବ୍ୟବସ୍ଥା କରଦାତାମାନଙ୍କ ପାଇଁ ବୈକଳ୍ପିକ ହେବ ।
କର୍ପୋରେଟ କର ଦରକୁ ୧୫ ପ୍ରତିଶତର ସ୍ତରକୁ ଆଣାଯାଇଛି । କର୍ପୋରେଟ କର ଦରକୁ ୧୫ ପ୍ରତିଶତକୁ ଆଣିବାର ସାହସୀ ଏବଂ ଐତିହାସିକ ନିର୍ଣ୍ଣୟ ନିଆଯାଇଛି । ଭାରତର କର୍ପୋରେଟ ଦର ବିଶ୍ବର ନ୍ୟୁନତମ ଦରରେ ସାମିଲ । ଏକ ନୂଆ ଏବଂ ସରଳୀକୃତ ବ୍ୟକ୍ତିଗତ ଆୟକର ବ୍ୟବସ୍ଥା ଆଣିବାକୁ ପ୍ରସ୍ତାବ ।