ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ରାଜ୍ୟପାଳଙ୍କ ଶୋକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିପ୍ଲବୀ କବି ରବି ସିଂଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟ ସ୍ତରୀୟ ଶୋକ ଘୋଷଣା କରାଯାଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସ୍ତରୀୟ ଶୋକ ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଓଡିଶା ଗସ୍ତରେ ଥିବା ବେଳେ ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆମର ଆତ୍ମାର ସଦଗତି କାମନା କରିଛନ୍ତି । ସେ କହିଛନ୍ତି ଯେ କଟକର ଖପୁରିଆ ଠାରେ ଆଜି ଦେହାନ୍ତ ହୋଇଯାଇଥିବା ଖବର ପାଇ ମୁ ମର୍ମାହତ । ରବି ସିଂ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଆ କବିତା ଲେଖିବାରେ ରାଜ୍ୟରେ ବେଶ ପ୍ରଶଂସିତ ହୋଇ ଆସୁଥିଲେ । ଓଡ଼ିଆ ଭାଷା ପାଇଁ ସେ ବହୁତ ମାନ ସମ୍ମାନ ପାଇଛନ୍ତି । ଓଡ଼ିଆ ଭାଷା ପାଇଁ ସେ ଗର୍ବ ଓ ଗୌରବର ମହାପୁରୁଷ । ସେ ଅତିବଡ଼ି ଜଗନ୍ନାଥ ସମ୍ମାନ ମଧ୍ୟ ପାଇଥିଲେ । ସେ ଭଳି ଏକ ମନିଷୀକୁ ଓଡିଶା ହରାଇ ବହୁତ କ୍ଷତିରେ ପଡିଛି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବା ଏକ ବିବ୍ରିତରେ ଆନ୍ଧ୍ର ରାଜ୍ୟପାଳ କହିଛନ୍ତି ।