ମିନି ରକ୍ତଦାନ ଶିବିର : ୨୫ୟୁନିଟ୍ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌କୁ ଲକ୍ଷ ରଖି ଏବେ ବାଲେଶ୍ୱର ଜିଲାପାଳ ଓ ରକ୍ତଭଣ୍ଡାର ପକ୍ଷରୁ ବିଭିନ୍ନ ସ୍ଥାନରେ ମିନି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ଜଣାଯାଇଛି । ସାମାଜିକ ଦୂରତ୍ୱ ବଜାଇ ରଖିବା ଲାଗି ଅଧିକ ଜନସମାଗମ ନ କରିବା ଓ ମେଗା ରକ୍ତଦାନ ଶିବିର ନ କରି ମିନି ରକ୍ତଦାନ ଶିବିର କରାଯିବାପାଇଁ ପ୍ରଶାସନ ପକ୍ଷରୁ ସିଦ୍ଧାନ୍ତ କରାଯାଇଛି । ତେଣୁ ଗତ କିଛିଦିନ ଧରି ଜଳେଶ୍ୱରର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଆଜି ବିଶିଷ୍ଟ ସ୍ତମ୍ଭକାର ତଥା ସମାଜସେବୀ ସୁଦର୍ଶନ ଦାସ ରକ୍ତଭଣ୍ଡାରର ଡା. ମହେସ ବିଶ୍ୱାଳ ଓ ଜିଲା ରକ୍ତାଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଚମାରଗାଁ ପଂଚାୟତର ନୂଆସାହୀଠାରେ ଏହାକୁ ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି । କାର୍ଯ୍ୟକ୍ରମକୁ ପୂର୍ବତନ ସରପଂଚ ହେମନ୍ତ ଗିରି, ଗୌରୀଶଂକର ପରିଡା, ଭଗବାନ ଖଟୁଆ, କୁନ୍ତଳା ପାତ୍ର, କାର୍ତ୍ତିକ ମାରାଣ୍ଡି, ବାଦଲ ପାତ୍ର, ମନୋରଂଜନ ଦାସ, ସୁରେଶ ମହନ୍ତ, ଦୀପକ ପାତ୍ର, ଶ୍ରୀକାନ୍ତ ସିଂ, ଦିଲ୍ଲିପ ସିଂ, ଅନନ୍ତ ପାତ୍ର, ବୁଦ୍ଧିରାମ ସୋରେନ, ରବିନ୍ଦ୍ର ସିଂ, ମୋହନ ସିଂ ଓ ସୁମିତ୍ରା ସିଂ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା