ମା ସୋରାଦେବୀ ପୀଠରେ ଜଗନ୍ନାଥପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘର ଚତୁର୍ଥ ମାସିକ ବୈଠକ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ୱେବ ମିଡ଼ିଆ ସାମ୍ବାଦିକ ସଂଘର ଚତୁର୍ଥ ମାସିକ ବୈଠକ ସଭାପତି ନିରାକାର ସାହୁଙ୍କ ସଭାପତିତ୍ୱରେ ଭଞ୍ଜନଗର ନିକଟ ମା ସୋରାଦେବୀ ପୀଠ ରେ ଅନୁଷ୍ଠିତ ହୋଇ ଯାଇଛି । ସାମ୍ବାଦିକ ମାନଙ୍କ ଏକତା, ସୁରକ୍ଷା ପାଇଁ ସର୍ବଦା ସଂଘ କାର୍ଯ୍ୟ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ସାମ୍ବାଦିକ ପବିତ୍ର ମହାପାତ୍ରଙ୍କୁ ଧମକ ଦେବା ବ୍ୟକ୍ତି ଜଗନ୍ନାଥ ପ୍ରସାଦ ପୋଲିସ ଥାନାରୁ ବେଲରେ ଯିବା, ମିଥ୍ୟା ଏତଲାର ତଦନ୍ତ ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟଳୟ ଆଗରେରେ ସବୁ ସାମ୍ବାଦିକ ଏକତ୍ରିତ ହୋଇ ଧାରଣା ଦେବା, ସାମ୍ବାଦିକ ଏକତାକୁ ପ୍ରତିଫଳିତ କରିଥିଲା । ଆଗାମୀ ଦିନରେ ଯେ କୌଣସି ସଂଘର ସାମ୍ବାଦିକ ଅସୁବିଧା ସମ୍ମୁଖୀନ ହେଲେ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ତାକୁ ସମସ୍ତ ସାହାଯ୍ୟ ସହଯୋଗ କରିବ ବୋଲି ସଭାପତି ଶ୍ରୀ ସାହୁ କହିଥିଲେ । କିନ୍ତୁ କିଛି ନକଲି ସାମ୍ବାଦିକ ଯାହାଙ୍କ ଶିକ୍ଷା ଦିକ୍ଷା ନାହିଁ, ସରକାରୀ ଜମି ହଡପ କରି ଫାର୍ମ କରିବା, ମିଲ କରିବା, ପୋଖରୀ କରିବା, ସରକାରୀ କଳରେ ରହି ସାମ୍ବାଦିକ ହୋଇ ଫାଇଦା ଉଠାଇବା, ରେସନ କାର୍ଡ ନେବା, ଏହାର ଫର୍ଦାଫାସ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ଲିଖିତ ଅଭିଯୋଗ ଦିଆ ଯିବା ବୋଲି ନିଷ୍ପତ୍ତି ନିଆଯିବା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଭେଟି ଜଗନ୍ନାଥ ପ୍ରସାଦର ଅସୁବିଧା ସମ୍ପର୍କରେ ଅବଗତ କରାଯିବ ବୋଲି ସଭାପତି ନିରାକାର ସାହୁ ଓ ସମ୍ପାଦକ ମନୋଜ କୁମାର ଗୌଡ଼ କହିଥିଲେ । ସଂଘର ଉପସଭାପତି ସନ୍ତୋଷ କୁମାର ଜେନା, ସଂଗଠନ ସମ୍ପାଦକ ପବିତ୍ର କୁମାର ମହାପାତ୍ର, କୋଷଧକ୍ଷ ଗିରିଶ ସାହୁ,କାର୍ଯ୍ୟକାରୀ ସଦସ୍ୟ ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରିୟବ୍ରତ ନାୟକ, ନିଲୁ ବିଶୋଇ ଓ ସକ୍ରିୟ ସଦସ୍ୟ ନାଚିକେତ ପ୍ରଧାନ, ଆଶିଷ କୁମାର ଗୌଡ଼, ବଂଶୀଧର ପଟ୍ଟନାୟକ, ଶିବ ଶଙ୍କର ପ୍ରଧାନ, ରାଜକିଶୋର ଆଲଟିଆ ପ୍ରମୁଖ ଯୋଗ ଦେଇ ନିଜ ନିଜର ମୂଲ୍ୟବାନ ମତାମତ ଦେଇଥିଲେ ।