ମା’ କାଳୁଅl ଯାତ୍ରା ଆରମ୍ଭ : ଭକ୍ତଙ୍କ ପାଇଁ ଲାଗିଲା ୧୪୪ ଧାରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମା’ କାଳୁଅl ଯାତ୍ରା ଆରମ୍ଭ ହୋଇଯାଇଛି କିନ୍ତୁ ସାଧାରଣ ଭକ୍ତ ଦର୍ଶନ କରିପାରିବେ ନାହିଁ ବୋଲି କୁହାଯିବ ସହ ୧୪୪ ଧାରା ଲଗା ଯାଇଥିବା ଜଣାପଡିଛି l ଗୋସାଇଁନୂଆଗାଁ ପ୍ରସିଦ୍ଧ ଆରାଧ୍ୟ୍ୟl ଦେବୀ ମା’ କାଳୁଅl ଯାତ୍ରା ବୁଧବାର ମଧ୍ୟରାତ୍ରୀରୁ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମହାନଗର ନିଗମ ଏନଫୋରର୍ସମେଣ୍ଟ ଅଧିକାରୀ ବିବାଦୀୟ ମନ୍ତବ୍ୟକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା l କାଳୁଅl ସାହିରୁ ମା’ଙ୍କୁ ବଡସାହି ସ୍ଥିତ ଅସ୍ଥାୟୀ ମଣ୍ଡପକୁ ଖଟୁଲି ପରିବର୍ତ୍ତେ ଅଟୋରେ ଆଣିବାକୁ ଘୋଷଣା କରିବାରୁ ଏହାର ପ୍ରତିବାଦରେ ଗ୍ରାମବାସି ଓ ଯାତ୍ରା କମିଟି ସଦସ୍ୟମାନେ ଗୋସାଇଁନୂଆଗାଁ ମୁଖ୍ୟରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ l ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଉପଜ଼ିଲ୍ଲାପାଳ କୀର୍ତ୍ତି ଭାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ l ପୂର୍ବରୁ ବିଏମସି ତରଫରୁ ଜାରି କରାଯାଇଥିବା ନିର୍ଦ୍ଧେଶ ଅନୁସାରେ ମା’ ବିମାନରେ ହିଁ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ଆସିବେ ବୋଲି ନିଷ୍ପତି ହୋଇଥିଲା l ଯାତ୍ରା ସମୟରେ ଲୋକଙ୍କ ଭିଢ଼କୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ ଯାତ୍ରା ଅଞ୍ଚଳରେ ଆଜି ରାତିରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ ବୋଲି ନିର୍ଦ୍ଧେଶ ଜାରି କରାଯାଇଛି l ସେପ୍ଟମ୍ବର ୧୫ ରୁ ଅକ୍ଟୋବର ୩୧ ପଯ୍ୟନ୍ତ ହେବାକୁ ଥିବା ମା’ କାଳୁଅl ଯାତ୍ରା ଆୟୋଜନ ପାଇଁ କମିଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଓ ପୋଲିସ ଠାରୁ ଅନୁମତି ଅଣାଯାଇଥିଲା l ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡି ଗାଇଡ଼ଲାଇନ ଅନୁସାରେ ମା’ କାଳୁଅl ଯାତ୍ରା କରିବl ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା l ଯାତ୍ରାରେ କୌଣସି ଜନଗହଳି, ଶୋଭାଯାତ୍ରା, କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି କୁହାଯାଇଥିଲା l ନିୟମ ଅନୁସାରେ କମିଟି ପକ୍ଷରୁ ମା’ଙ୍କୁ ଆଜି ରାତି ୧୧ ଠାରୁ ୧୨ ଟା ମଧ୍ୟରେ ମାତ୍ର ୭ ଜଣକ ଗହଣରେ ମା’ ମନ୍ଦିରରୁ ବିମାନରେ ବାହାରି ବିନା ଭକ୍ତରେ ଅସ୍ଥାୟୀ ମଣ୍ଡପକୁ ଆସିଥିଲେ l ଏଥିରେ ବ୍ରହ୍ମପୁର ତହସିଲଦାର ସିପକ ପାତ୍ର, ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି, ଗୋସାଇଁନୂଆଗାଁ ଥାନା ଅଧିକାରୀ ସୁମିତ କୁମାର ସୋରେନ, ଯାତ୍ରା କମିଟିର ସବୁ କର୍ମକାର୍ତ୍ତାଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ l ଯାତ୍ରାକୁ ଦୃଷ୍ଟିରେ ରଖି ୩ ଫ୍ଲାଟୁନୁ ପୋଲିସ ମୂତୟନ ହୋଇଥିବା ଟାଉନ ଏସଡ଼ିପିଓ ସୂଚନା ଦେଇଛନ୍ତି l ଅସ୍ଥାୟୀ ମଣ୍ଡପରେ ମା’କାଳୁଅlଙ୍କ କେବଳ ପୂଜାର୍ଚ୍ଚନା ଚାଲିବ ଏହି ସମୟରେ କୌଣସି ସାଧାରଣ ଲୋକ ଦର୍ଶନ କରିପାରିବେ ନାହିଁ l ପୂଜା ମଣ୍ଡପର ୪ରି ପାର୍ଶ୍ୱ ମଧ୍ୟରୁ ୩ ପାର୍ଶ୍ୱ ବନ୍ଦ ରହିବ ବୋଲି ଉପଜ଼ିଲ୍ଲାପାଳଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଥିବା ଜଣାଯାଇଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା