କିନ୍ନର ସଂଘ ପକ୍ଷରୁ ବୋହୁଚୋରୀ ମାତାଙ୍କ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଲଭଲି କିନ୍ନର ସଂଘ ପକ୍ଷରୁ ବୋହୁଚୋରୀ ମାତାଙ୍କ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଯୋଗ ଦେଇଥିଲେ । ବିଶ୍ୱ ମହାମାରୀ କୋରନା ପ୍ରକୋପରୁ ବିଶ୍ୱବାସୀ ମୁକୁଳି ସମସ୍ତଙ୍କର ଜୀବନ ଯାତ୍ରା ସ୍ୱାଭାବିକ ହେଉ ତଥା ବିଶ୍ୱରେ ଭାଇ ଚାରା, ଶାନ୍ତି, ମୈତ୍ରୀର ବାତାବରଣ ସୃଷ୍ଟି ହେଉ ଏହି ଭଳି ମହତ ଚିନ୍ତା ଧାରା ନେଇ ଲଭଲି କିନ୍ନର ସଂଘ ପକ୍ଷରୁ ଆଜି ବଡ଼ଖେମୁଣ୍ଡି ସାହି ସ୍ଥିତ ସଂଘର କାର୍ଯ୍ୟାଳୟରେ ବୋହୁ ଚୋରି ମାତାଙ୍କ ପୂଜା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସରକାରଙ୍କ କୋଭିଡ୍ ନିୟମ ପାଳନ ସହ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ପୂଜା କାର୍ଯ୍ୟରେ କିନ୍ନର ଗୁରୁ “ବିନି କିନ୍ନର”ଙ୍କ ପରାମର୍ଶରେ କିନ୍ନର ଲଭଲି, ପ୍ରୀତି, ବିନ୍ଦିଆ, ଜୁଲି ଓ ରଞ୍ଜିତା ଏବଂ ଯାତ୍ରା ଅଭିନେତ୍ରୀ ରାନୀପଣ୍ଡା  ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା