ମାସ୍କ ନ ପିନ୍ଧିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ…

ରାୟଗଡ଼ା (ସମୃଦ୍ଧ ଓଡିଶା) କରୋନା ମହାମାରୀଠାରୁ ରକ୍ଷା ପାଇବା ସକାଶେ କୌଣସି ଔଷଧ ନ ଥିବାରୁ କେବଳ ସାମାଜିକ ଦୂରତ୍ୱ ରଖିଲେ ହିଁ ମହାମାରୀଠାରୁ ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମଣଠାରୁ ଦୂରେଇ ରହିପାରିବ । ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିଲେ ରୋଗରୁ ରକ୍ଷା ମିଳିପାରିବ । ଏଥିନେଇ ଓଡ଼ିଶା ସରକାରଙ୍କ ରାଜଶ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ଦ୍ୱାରା ଜାରି ନିର୍ଦେଶ ମୁତାବକ ଆସନ୍ତା ୯ ତାରିଖଠାରୁ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ମାସ୍କ ପିନ୍ଧିଲେ ହିଁ ଘରୁ ବାହାରକୁ ବାହାରିବା ପାଇଁ ନିର୍ଦେଶ ଜାରି ହୋଇଛି । ମହାମାରୀ ଭୂତାଣୁ ମୁହଁ, କାନ, ନାକ ଇତ୍ୟାଦି ପ୍ରବେଶ ପଥ ଦ୍ୱାରା ଶରୀର ଭିତରକୁ ଯାଉଥିବାରୁ ମୁହଁରେ ମାସ୍କ ପିନ୍ଧିବାକୁ ବିଭାଗ ଦ୍ୱାରା ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ମାସ୍କ ବ୍ୟତୀତ ରୁମାଲ କିମ୍ବା ସଫା କପଡା ଦ୍ୱାରା ମୁହଁକୁ ଘୋଡାଇ ଘରୁ ବାହାରିଲେ ମଧ୍ୟ ଏହା ଯଥେଷ୍ଟ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ନିର୍ଦେଶକୁ ଅବମାନନା କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜରିମାନା ଆଦୟ କରାଯିବ ବୋଲି ଜଣାଯାଇଛି ।

ରିପୋର୍ଟ : ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ