ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହେବ କ୍ୟାବିନେଟ୍ ବୈଠକ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଭିଡିଓ କନଫରେନସିଂ ଜରିଆରେ ଆସନ୍ତାକାଲି ସକାଳେ ୧୦ଟା ୪୫ମିନଟ ସମୟରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ କରାଯିବା ନେଇ ସୂଚନା ମିଳିଛି । କାରଣ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ବୈଠକ କାରାଯିବା ନେଇ ନିଷ୍ପତି କରାଯାଇଥିବା ଜଣାପଡିଛି । ଏଥିନେଇ ଗତକାଲି ମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ଏହି ବୈଠକରେ ବିଧାୟକ ପାଣ୍ଠିକୁ ଏକ ବର୍ଷ ପାଇଁ ନିଲମ୍ବିତ କରିବା, ମନ୍ତ୍ରୀମାନଙ୍କ ଦରମା ହ୍ରାସ କରିବା ଓ ଅନ୍ୟାନ୍ୟ ଆର୍ଥିକ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଥିବା ଜଣାପଡିଛି ।