ମା’ଫୁଲସୁନ୍ଦରୀ ମନ୍ଦିର ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ପୂଜା ଅନୁଷ୍ଠିତ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମୁଟିଆ ସାହି ରେ ଆଜି ମା ଶ୍ରୀ ଶ୍ରୀ ଶ୍ରୀ ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ପୂଜା ପ୍ରତିଷ୍ଠା କରାଯାଇଥିଲା। ଏହି ଶୁଭ ପୂଜା ରେ ମୁଖ୍ୟ ଅତିଥି ଭାଇ ହାଇଟେକ ଗ୍ରୁପ ଅଧକ୍ଷ ଡକ୍ଟର ତିରୁପତି ପାଣିଗ୍ରାହି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ ଉପସ୍ଥିତ ରହି ମା ଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ଠାକୁରାଣୀ ଯାତ୍ରା ଟି ପାଞ୍ଚ ବର୍ଷ କୁ ଥରେ ସାତ ଦିନ ପାଇଁ ଯାତ୍ରା କରାଯାଇଥାଏ , ଏହି ଯାତ୍ରା କୁ ଦେଖିବାକୁ ପ୍ରାୟ ଦଶ ହଜାର ରୁ ପନ୍ଦର ହଜାର ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଜମିଥାଏ। ମା ଙ୍କ ଠାରେ ନିଜ ନିଜର ପିଲା ମାନଙ୍କ ର ଭବିଷ୍ୟତ ମଙ୍ଗଳ ନିମନ୍ତେ ପୂଜାର୍ଚ୍ଚନା କରିଥାନ୍ତି । ମା ଙ୍କୁ କିଛି ଶୀତଳ ପୂଜା କଲେ ସାହି ର କିଛି ଅଘଟଣ ଘଟେ ନାହିଁ ଓ ସୁଖ ଶାନ୍ତି ରେ ରହିବେ , ପିଲାଙ୍କୁ ହୋଇଯା ହେବନି ,ପିଲାଙ୍କୁ ଝାଡ଼ା ବାନ୍ତି ହେବନି ଓ ମିଳିମିଳା ରୋଗ ହେବନି ବୋଲି ପ୍ରତ୍ୟେକ ସାହି ରେ ମା ଙ୍କୁ ପୂଜାର୍ଚ୍ଚନା ବିଶ୍ୱାସ ସହ ବଡ଼ ଆଡମ୍ବର ସହ କରିଥାନ୍ତି, ଏହି କାର୍ଯ୍ୟକ୍ରମ ରେ ପୂଜା କମିଟି ର ଜାନକୀ ବେହେରା, କୃଷ୍ଣ ବେହେରା, ମଧୁ ବେହେରା, ସୁର ପ୍ରଧାନ, ଭାରତ ଭୂଷଣ ମହାନ୍ତି ସହ ସ୍ଥାନୀୟ ଶତାଧିକ ଲୋକେ ଉପସ୍ଥିତି ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା