ମା’ପାର୍ବତୀ ନୋଡାଲ ମହିଳା ଏସ.ଏଚ. ଜି ଗୃପର ବହୁ ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀର ବହିଷ୍କାର ନେଇ ଉତ୍ତେଜନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମା’ପାର୍ବତୀ ନୋଡାଲ ମହିଳା ଏସ.ଏଚ. ଜି ଗୃପର ପ୍ରାୟ ଏକ ହଜାର ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀର ବହିଷ୍କାର ନେଇ ଗତକାଲି ଉତ୍ତେଜନା ଦେଖା ଦେଇଥିବା ଜଣାପଡିଛି । ସୂଚନା ଯେ, ରାଜ୍ୟର ମିଶନ ଶକ୍ତି ମାଧ୍ୟମରେ ଏସ.ଏଚ.ଜି. ଗୃପର ମହିଳାମାନଙ୍କୁ ନେଇ ଗଠିତ ହୋଇଛି, ଜୀବିକା ମିଶନ । ତେବେ ସାଉଥକୋରେ ନିୟୋଜିତ ମା’ ପାର୍ବତୀ ନୋଡାଲ ମହିଳା ଏସ.ଏଚ.ଜି ଗୃପର ପ୍ରାୟ ଏକ ହଜାର ମହିଳା ଏସ.ଏଚ.ଜି ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀ ବହିଷ୍କାର କରି ଦେଇଛନ୍ତି । ତା’ପ୍ରତିବଦଳରେ ଟାଟା କମ୍ପାନୀ ସେ ଅନ୍ୟ ନୂଆଁ ଲୋକଙ୍କୁ ନିୟୋଜିତ କରିଛି । ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ପ୍ରତିବାଦ ହୋଇଥିବା ଜଣାଯାଇଛି । ମହିଳାମାନଙ୍କର ଥଇଥାନ ଏବଂ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ଏସ.ଏଚ.ଜି. ଗୃପ ଗଠନ କରାଯାଇ ମହିଳା ସଦସ୍ୟଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇ ଆତ୍ମନିର୍ଭରଶୀଳ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱପ୍ରଦାନ କରି ଆସିଛନ୍ତି । ସେମାନେ ନିଜେ କାମ କରି ଅନ୍ୟଙ୍କୁ ଓ ସାମୂହିକ ଦିଗରେ ସ୍ୱାବଲମ୍ବନଶୀଳ ହୋଇ ନିଜ ପରିବାରରେ ଜୀବିକା ନିର୍ବାହ ଦିଗରେ ବହୁ ମହିଳା ସହାୟକ ହୋଇ ଆସିଛନ୍ତି । ଜୀବିକା ମିଶନରେ ଗଞ୍ଜାମ ଜିଲ୍ଲା ଅଧିକ ଶକ୍ତିଶାଳୀ ହୋଇ ଉଠିଥିବା କୁହାଯାଏ । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଗଢ଼ି ଉଠିଥିବା ବହୁଳ ମହିଳା ଆତ୍ମସହାୟକ ସଂଘ ଏସ.ଏଚ.ଜି. ଗୃପଙ୍କୁ ଏବେ ଅନେକ ପ୍ରକାର ବାଧାବିଘ୍ନ ଏବଂ ଆତ୍ମ ସହାୟକ ଦିଗରେ ଏସ.ଏଚ.ଜି. ଗୃପର ମହିଳାଙ୍କୁ କେତେକ ପ୍ରତିବନ୍ଧକର ଶିକାର ହେବାକୁ ପଡିଛି । ଏ ବିଷୟରେ ଆମ୍ଭେ ଅବଗତ ହେଲୁ ଯେ, ମା’ ପାର୍ବତୀ ନୋଡାଲ ମହିଳା ଏସ.ଏଚ.ଜି ଗୃପର ପ୍ରାୟ ଏକ ହଜାର ମହିଳା ଏସ.ଏଚ.ଜି ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀ ବହିଷ୍କାର ନେଇ ପ୍ରଶାସନଠାରେ ପ୍ରତିବାଦ ହୋଇଥିବା ଜଣାଯାଇଛି । ଏସ.ଏଚ.ଜି ମହିଳା ସାଉଥକୋରେ ନିୟୋଜିତ ମହିଳାଙ୍କୁ ବହିଷ୍କାର ନେଇ ନୋଡାଲ ମହିଳା ଏସ.ଏଚ.ଜି ଟିମ୍ ଏନେଇ ରାଜ ଦରବାର ସାମନାକୁ ଆସିଛି । ପ୍ରଶାସନର ଅଣଦେଖା ହେତୁ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇଥିବା ମହିଳା ଗୃପ ଏବେ ବିଭିନ୍ନ ପ୍ରତିବନ୍ଧକର ଶିକାର ହୋଇଛନ୍ତି । ସେମାନେ ସେମାନଙ୍କର ଜୀବିକା ନିର୍ବାହ ଦିଗରେ ଏବେ ବାଧକ ସାଜିଛି । ଏନେଇ ଏକ ଖବର ଆମର ହସ୍ତଗତ ହୋଇଛି । ଯାହାକି, ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋମବାର ୧ ଶହ ଗୋଟି ନୋଡାଲ ଏସ.ଏଚ.ଜି. ଗୃପର ସମସ୍ତ ସମ୍ପାଦକ ଓ ସଭାନେତ୍ରୀ ଗଣ ନିଜର ଦସ୍ତଖତ ଥିବା ଏକ ସ୍ମାରକପତ୍ର ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମବେତ ହୋଇଥିଲେ ଏବଂ ଉକ୍ତ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ପ୍ରାୟ ୧ ହଜାର ଜଣ ମହିଳା ଦୀର୍ଘ ୧୦ ବର୍ଷ ଧରି ସାଉଥକୋ କାର୍ଯ୍ୟରେ ନିୟୋଜନ ହୋଇଥିଲେ । ସେମାନେ ବିଦ୍ୟୁତ ବିଲ୍ ସଂଗ୍ରହ କାର୍ଯ୍ୟରେ ଘରକୁ ଘର ଯାଇ ବିଦ୍ୟୁତବିଲ୍ ଗ୍ରାହକଙ୍କୁ ଦେଇ ଗ୍ରାହକଙ୍କ ଠାରୁ ବିଦ୍ୟୁତବିଲ ଦେୟ ଆଣି ମଧ୍ୟ ଅଫିସରେ ଦାଖଲ କରୁଥିଲେ । ଏହାଦ୍ୱାରା ସେମାନଙ୍କର ଏହି କ୍ଷେତ୍ରରେ ଏକ କର୍ମ ନିୟୋଜନର ପନ୍ଥାଭାବେ ଏକ ଭଲ ସୁଯୋଗ ମିଳିଥିଲା । ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ମହିଳାମାନେ ନିଜକୁ ସହାୟକ ହୋଇ ଆସିଥିଲେ । ମହିଳାମାନେ ଏଥିରେ ନିୟୋଜିତ ହୋଇ ନିଜ ଘର କୁଟୁମ୍ବ ଚଳାଇ ଆସୁଥିଲେ । ଏବେ ଆଜି ଏ କ୍ଷେତ୍ରରେ ସେମାନଙ୍କର ଜୀବିକାରେ ବାଧକ ସାଜିଲା, ଟାଟା ପାୱାର କମ୍ପାନୀ । ନିୟୋଜିତ ସମସ୍ତ ମହିଳାଙ୍କୁ ବାହାର କରି ଟାଟା ପାୱାର କମ୍ପାନୀ ତା‘ର ନୂତନ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଫଳରେ ଆତ୍ମ ନିର୍ଭରଶୀଳ ହୋଇଥିବା ଏସ.ଏଚ.ଜି. ଗୃପର ପ୍ରାୟ ଏକ ହଜାର ମହିଳା ଏବେ ପ୍ରତିବନ୍ଧକରେ ଶିକାର ହୋଇ ଜିଲ୍ଲାପ୍ରଶାସନ ଜରିଆରେ ରାଜ୍ୟ ମିଶନଶକ୍ତିର ମାନ୍ୟସ୍ପଦ ସୁଜାତା କାର୍ତ୍ତିକେୟନ ମ୍ୟାଡାମ ଏବଂ ରାଜ୍ୟ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଏ ସମ୍ପର୍କରେ ପ୍ରଶାସନ ହୃଦୟଙ୍ଗମ କରି ମହିଳା ଏସ.ଏଚ.ଜି. ଗୃପଙ୍କୁ ଥଇଥାନ କରି ଗଞ୍ଜାମ ଜିଲ୍ଲାର ଜୀବିକା ମିଶନଙ୍କୁ ଉଜ୍ଜୀବିତ କରିବା ଆଶା କରାଯାଏ । ଏହା ନ ହେଲେ ସରକାରଙ୍କ ଏହି ମହତ୍ୱପୂର୍ଣ୍ଣ ଯୋଜନାରେ ବିରାଟ ଫାଟ ଦେଖାଯିବ । ଏହା ଆମ ସମାଜକୁ ଅତ୍ୟନ୍ତ ଲଜ୍ୟା ଓ ଅପମାନ ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା