ମାନବିକତାର ପରିଚୟ ଦେଲେ ଜଳେଶ୍ୱର ଯୁବକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜକୁ ୭/୮ ଦିନ ଧରି ଜଣେ ବ୍ୟକ୍ତି ଜଳେଶ୍ୱର ଷ୍ଟେସନର ଦକ୍ଷିଣପଟ ମାଲଗୋଦାମଠାରେ ଦିବାରାତ୍ର ଖରା କାକର ସହି ପଡି ରହିଥିବାର ଦେଖିବାକୁ ମିଳିଛି । ରେଳବାଇ କର୍ମକର୍ତ୍ତା ଓ ଅନ୍ୟ ପ୍ରଶାସନୀକ ଅଧିକାରୀଙ୍କୁ ସ୍ଥାନିୟ ଯୁବକମାନେ ଜଣାଉଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ୱ ଦେଉନଥିଲେ । ଲୋକଟି ନିକଟସ୍ଥ ଏକ ଖାଳକୁ ପାଣିପିଇବାକୁ ଯାଇଥିବା ବେଳେ ସେଠାରେ ପଡିଯିବାରୁ ଚିତ୍କାର କରିଥିଲା । ନିକଟରେ ଥିବା ହୃଦୟ ରଂଜନ ବେହେରା, ଚନ୍ଦନ ପାଣିଗ୍ରାହୀ, ବାୟା ମାନ୍ନା ଓ ହେମ୍ନ ସାହୁ ପ୍ରମୁଖ ଯୁବକମାନେ ଲୋକଟିକୁ ନେଇ ସେବା ଶୁଶ୍ରୁଷା କରିଛନ୍ତି । ଲୋକଟିର ଘର ଉତ୍ତର ପ୍ରଦେଶର ଆଜିମିର ବୋଲି ଜଣାଯାଇଛି । ପ୍ରଶାସନ ତାକୁ ସୁରକ୍ଷା ଦେବାକୁ ସେମାନେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା