ବିଭିନ୍ନ ସ୍ଥାନରେ ପାରା ମଡକ : ବାର୍ଡ ଫ୍ଲୋ ସନ୍ଦେହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବିଭିନ୍ନ ସ୍ଥାନରେ ଗତ ୧ମାସ ଧରି ପାରା ମଡକ ଦେଖିବାକୁ ମିଳୁଛି । କାରଣ ନ ଥାଇ ପାରାଗୁଡିକ ରାସ୍ତାକଡ, ଲୋକଙ୍କ ଘରର ଛାତ ଉପରେ, ମନ୍ଦିର ମାନଙ୍କରେ ମରି ପଡିଥିବାର ବହୁ ଅଭିଯୋଗ ହେଉଛି । ଆଜି ସକାଳେ ଆମ୍ବଳିଅଠା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରାଙ୍ଗ ପାତ୍ରଙ୍କ ରାସ୍ତାପାଖ ଘରର କୋଠାରେ ପ୍ରାୟ ୮ଟି ପାରା ମରିପଡିଥିବାର ଦେଖିବାକୁ ମିଳିଥିଲା । ଏ ସଂପର୍କରେ ବିଭିନ୍ନ ସ୍ଥାନରେ ପାରାମଡକ ଘଟଣା ବିଭାଗୀୟ କର୍ମକର୍ତ୍ତାଙ୍କୁ କୁହାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ । କେବଳ ଆମ୍ବଳିଅଠା ନୁହେଁ ଅନ୍ୟ କେତେକ ସ୍ଥାନରେ କାଉ ଓ କୁକୁଡା ମରୁଥିବାର ଅଭିଯୋଗ ହେଉଛି । ଗତ ୨ମାସ ତଳେ ଜଳେଶ୍ୱର ବ୍ଲକ ଓ ରାଇବଣିଆ ଥାନା ଅନ୍ତର୍ଗତ ଓଲମରା ନିକଟ ଏକ ପୋଲ ତଳେ ପ୍ରାୟ ୨ହଜାର କୁକୁଡା ମରି ପଡିଥିବାର ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ଏପରି ପକ୍ଷୀ ମଡକ ସଂପର୍କରେ ବିଭାଗୀୟ କର୍ମକର୍ତ୍ତା ଧ୍ୟାନ ଦେଇନଥିଲେ । ପ୍ରକାଶଯୋଗ୍ୟ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଗତ ୧ମାସ ତଳେ ପ୍ରାୟ ୧ଲକ୍ଷ କୁକୁଡା ବିଭିନ୍ନ ଫାର୍ମରେ ରହିଥିଲେ । କରୋନା ଯୋଗୁଁ ଫାର୍ମ ଗୁଡିକରେ ଅର୍ଥାଭାବ ଯୋଗୁଁ ଖାଦ୍ୟ ଓ ଔଷଧ ଯୋଗାଣ ହୋଇପାରୁନଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ଘଟଣାରେ କେତେକ ବ୍ୟକ୍ତି ବିଶେଷ ବାର୍ଡ ପ୍ଲୁ ସଂପର୍କରେ କହିଛନ୍ତି । ପ୍ରକାଶଯୋଗ୍ୟ ପଶ୍ଚିମବଂଗର ବିଭିନ୍ନ ସ୍ଥାନରୁ ଟ୍ରକ ଓ ବସ୍ ଯୋଗେ ଓଡିଶାର ବିଭିନ୍ନ ସ୍ଥାନକୁ କୁକଡା ଚାଲାଣ ହୋଇଥାଏ । ସେ ସବୁ ସ୍ଥାନରୁ ବାର୍ଡ ପ୍ଲୁ ଜଳେଶ୍ୱର ଅଂଚଳକୁ ବ୍ୟାପିଥିବା ଅନୁମାନ କରାଯାଉଛି । ପ୍ରାଣି ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା