ମାଧ୍ୟମିକ ଶିକ୍ଷା ବିଭାଗର ପ୍ରାୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମାଧ୍ୟମିକ ଶିକ୍ଷା ବିଭାଗ, ଏକତା ଟ୍ରଷ୍ଟ ଓ ବିଜେପି ପ୍ରଶିକ୍ଷଣ ସେଲର ମିଳିତ ସହଯୋଗ ରେ ବାଲିଅନ୍ତା ସ୍ଥିତ ସରକାରୀ ପ୍ରାଥୀମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଏବଂ ଜିଲ୍ଲା ର ମୁଖ୍ୟ ବିଧାୟକ ଆଶାୟୀ ପ୍ରାର୍ଥୀ ଶିବ ମଲ୍ଲିକ ଓ ମଣ୍ଡଳ ସଭାପତି ସଞ୍ଜୟ ପରିଜା ମଧ୍ୟ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମଟି ଶ୍ରୀମତୀ ଦିବ୍ୟ ଭାରତୀ ଜେନାଙ୍କ ନେତୃତ୍ୱ ରେ କାର୍ଯ୍ୟକାରୀ କରାଯାଇ ଥିଲା ଓ ବିଦ୍ୟାଳୟର ସୌନ୍ଧର୍ଯ୍ୟକରଣ ନିମନ୍ତେ ଉନ୍ନତ ବୃକ୍ଷ ମାନ ରୋପଣ କରା ଯାଇ ଥିଲା l ପ୍ରଶିକ୍ଷଣ ସେଲ ଅଧ୍ୟକ୍ଷ ଶ୍ରୀ ରବି ମହାରଣା, ଉପଦକ୍ଷା ଦୀପ୍ତି ରେଖା ପଟ୍ଟନାୟକ, ସଦ୍ୟସ ରାଜେନ୍ଦ୍ର ଦାସ, ତୁଳସୀ ବିଶୋଇ, ବିଶ୍ୱ ପ୍ରଭା ପୃଷ୍ଟି, ରଜନୀ ଵାଲା ଦାସ, ବିଷ୍ଣୁ ପ୍ରିୟା ମହାପାତ୍ର ଙ୍କ ସମେତ ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ ନିର୍ଦେଶକ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର