କଙ୍କୋରଡା କଲେଜର ୪୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : ମୁଖ୍ୟଅତିଥି ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବୁଧବାର ଦିନ ୪୩ ତମ ପ୍ରତିଷ୍ଠା ଦିବସ କଲେଜର ସମ୍ମିଳନୀ କକ୍ଷରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କଲେଜରେ ଶୃଙ୍ଖଳାର ସହିତ ଜ୍ଞାନ ସଂଗ୍ରହ କରିବା ପାଇଁ ବୁଝାଇଥିଲେ। ସମ୍ମାନିତ ଅତିଥିଭାବେ କଲେଜ ପ୍ରତିଷ୍ଠାତା ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀ, କଲେଜ ପରିଚାଳନା କମିଟି ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ, ହରିକୃଷ୍ନ ନାୟକ, ନାକୋ ଦକ୍ଷିଣାଞ୍ଚଳ କୋଅର୍ଡିନେଟର ସନ୍ତୋଷ କୁମାର ପାଢ଼ୀ ଏବଂ କଉଡ଼ିଆ ସରପଂଚ ପ୍ରତିନିଧି ରୋହିତ ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l କଲେଜର ସ୍ଥାପନ କରିବା ପାଇଁ ଅଂଶ ଗ୍ରହଣ କରିଥିବା ଦଶ ଜଣିଆ କମିଟି ସଦସ୍ୟଙ୍କ ମଧ୍ୟରୁ ଇହଲୋକରେ ଥିବା ୯ ଜଣଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା l ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀଙ୍କୁ ଅନୁଷ୍ଠାନ ଏବଂ ବିଧାୟକଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ସହ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଡଃ ଜେନା କଲେଜର ଭିତ୍ତିଭୂମି ଏଵଂ ପ୍ରତିଷ୍ଠାର ପର୍ବକୁ ଉପସ୍ଥିତ ଶିକ୍ଷାର୍ଥୀ, ବୁଦ୍ଧିଜୀବୀ ଏବଂ ଅତିଥିଙ୍କୁ ପ୍ରଦାନ କରିଥିଲେ । କଲେଜର ୪୩ ତମ ପ୍ରତିଷ୍ଠା ଦିବସରେ ସାମିଲ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । କଲେଜ ସ୍ଥାପନ ସମୟରୁ ଅଧ୍ୟାପନା ଦେଇ ଅବସର ନେଇଥିବା ଅଧ୍ୟାପକ ଏବଂ ଅଧ୍ୟକ୍ଷ ଡଃ ଗିରିଜା ମିଶ୍ର, ଡଃ କବିଚନ୍ଦ୍ର ସ୍ୱାଇଁ, ଡଃ ଗଣେଶ ସ୍ୱାଇଁ, ଡଃ ରବି ନାରାୟଣ ପାତ୍ର, ଡଃ ଦିବାକର ମିଶ୍ର, ଡଃ ଅଶ୍ଵିନୀ କୁମାର ସିଂ, ଡଃ ଅରୁଣା କୁମାରୀ ପଟ୍ଟନାୟକ, ଡଃ ବନ୍ଦନା ପାଣିଗ୍ରାହୀ ଏବଂ ଡଃ ଗୋବିନ୍ଦ ପାଢ଼ୀଙ୍କୁ ସେମାନଙ୍କ ଅନୁଷ୍ଠାନ ପ୍ରତି ଥିବା ତ୍ୟାଗ ଏବଂ କର୍ତ୍ତବ୍ୟ ନିଷ୍ଟତାକୁ ଆଧାରକରି ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଧ୍ୟକ୍ଷା ଡଃ ହରିକୃଷ ନାୟକ ନିଜର ୩୪ ବର୍ଷରେ କଲେଜରେ ହୋଇଥିବା ଉନ୍ନୟନକୁ ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ପ୍ରିୟଙ୍କା ଜେନା, ଉମାକାନ୍ତ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ପ୍ରତାପ କୁମାର ପ୍ରଧାନ, ଅଜୟ ଦଳେଇ, ପିଣ୍ଟୁ ପଢ଼ିଆଳିଙ୍କ ସମେତ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇ ପ୍ରତିଯୋଗିତାଟିକୁ ସଫଳ କରାଇ ଥିଲେ ।
ରିପୋର୍ଟ : ରଜତ ପଟ୍ଟନାୟକ