ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ହେବ ଅଫ୍‌ଲାଇନ୍‌ରେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ । ଯେତେବେଳେ ବି ପରୀକ୍ଷା ହେବ ଅଫ୍‌ଲାଇନ୍‌ରେ ହିଁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି । ଅଫ୍‌ଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ପତ୍ତି ନେଇଛି । ତେଣୁ ସେହି ଆଧାରରେ ରାଜ୍ୟରେ ବି ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ । ପରୀକ୍ଷା ନିହାତି ବିଳମ୍ବରେ ହେବ, କିନ୍ତୁ ତା ପୂର୍ବରୁ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ସ୍କୁଲ୍ ଖୋଲିବା ପ୍ରସଙ୍ଗରେ ସବୁ ପକ୍ଷଙ୍କ ସହ ବିଚାର ବିମର୍ଶ ଚାଲିଛି ଓ ଏସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା