ମାଗଣା ଟୀକା ପ୍ରଦାନ କରିବା ଦାବିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ମାରକପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମସ୍ତଙ୍କୁ ମାଗଣା ଟୀକା ପ୍ରଦାନ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ସମାଜସେବୀ ଭାଗିରଥି ବେହେରା, ଦେବାଶିଷ ମହାନ୍ତି, ଶୁଭଙ୍କର ମାଳି, ଇଜୁ ଅମୀର ଖାଁ, ଟି. କୃଷ୍ଣ ରେଡ଼ି, ପ୍ରଦୀପ ନାହାକ, ଟି. ଚନ୍ଦ୍ର ଶେଖର ରେଡିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତିରେ ପ୍ରଦାନ କରାଯାଇଥିବା ଜଣାପଡିଛି ।