ମାଆର ସାହସିକତା…

ସେଦିନ ମାହିସ୍ ସ୍କୁଲରୁ ଅସ୍ତବ୍ୟସ୍ତ ହୋଇ ଆସି ଘରେ ଚୁପଚାପ୍ କ’ଣ ଖୋଜିବାକୁ ଲାଗିଲା । ସବୁ ବହିପତ୍ର, ତା’ ସାର୍ଟିଫିକେଟ୍ ସବୁକୁ ଦେଖିଲା । ହେଲେ ସେହି ସାର୍ଟିଫିକେଟ୍ ଥିବା ଫାଇଲକୁ ବାରମ୍ବାର ଖୋଜୁଛି, ହେଲେ ସେ କ’ଣ ଗୋଟେ ଖୋଜୁଛି ବାରମ୍ବାର ତାର ଆବାଜ ଶୁଭୁଥାଏ ଆରପଟ ରୁମ୍ କୁ । ସେହି ଶବ୍ଦ ଶୁଣି ମାଆ ଡାକିଲେ, “ଆରେ ମାହିସ୍ ! କ’ଣ ଖୋଜୁଛୁ ଏତେ ସମୟ ହେଲା ? ମାହିସ୍ ର କିଛି ଉତ୍ତର ଆସିଲାନି । ଆଉ କିଛି ସମୟ ଗଲା । ମାହିସ୍ ସେମତି ତା’ ରୁମ୍ ସାରା ଖୋଜି ଚାଲିଥାଏ । ହେଲେ, କିଛି ପାଉ ନ ଥାଏ । ତା’ ମୁହଁରେ ଭୟର ଛାୟା ଖେଳି ଯାଉଥାଏ । ମାଆ ଏଥର କିଛି ନ କହି ରୁମ୍ କୁ ଆସି ମାହିସ୍ ପାଖରେ ଛିଡା ହେଇଗଲେ । ଦେଖିଲେ ଯାହା କୌଣସି ମାଆ ବି ଧୈର୍ଯ୍ୟ ଧରିପାରିବେନି ସନ୍ତାନର ଦୁଃଖ ଦେଖି । ମାହିସ୍ ର ଗୋରା ତକ୍ ତକ୍ ଚେହେରା ଝାଳରେ ନାଲି ଚର ଚର ହେଇଗଲାଣି । ଭୟରେ ତା’ ଆଖିରେ ଲୁହ ଜମି ଯାଇଛି ।ମାଆ ଏହା ଦେଖି ବହୁତ ବ୍ୟସ୍ତ ହେଇଗଲେ । ସେହି ସମୟରେ ମାହିସ୍ ର ନଜର ମାଆଙ୍କ ଉପରେ ପଡିଲା । ମାଆ କହିଲେ,” କ’ଣ ହେଇଛି ଧନ ?” ମାହିସ୍ ମାଆକୁ କିଛି ନକହି ସିଧା ତାଙ୍କ କୋଳରେ ଜାବ ପଡିଗଲା । ତା’ ଆଖିରୁ ଲୁହ ଧାର ଧାର ଗଡି ପଡିଲା । ମାଆ କହିଲେ,”କ’ଣ ହେଇଛିରେ ମୋ’ ଧନ ! ମୋତେ ଟିକେ କହିଲୁ ।” ମାଆଙ୍କ ଏହି କଥା ପଦକ ଶୁଣି ମାହିସ୍ କହିଲା,” ମାଆ ! ମୁଁ ମୋର ପରୀକ୍ଷା ଆଇ କାର୍ଡ ପାଉନି । କୋଉଠି ରଖିଥିଲି ମନେ ପଡୁନି ।” ମାହିସ୍ ର ବୟସ ପନ୍ଦର ବର୍ଷ । ତା’ ମେଟ୍ରିକ ବୋର୍ଡ ପରୀକ୍ଷା ଆଉ ଦିନ ଅଛି ହେଲେ । ଆଇ କାର୍ଡ କୋଉଠି ରଖିଦେଇଛି । ପିଲାଲୋକ ମନେ ପଡୁନି । ମାଆ ମାହିସ୍ ଠାରୁ ଏହି ଆଇ କାର୍ଡ ନ ମିଳିବାର କଥା ଶୁଣି ବହୁତ ବ୍ୟସ୍ତ ହେଇଗଲେ । ମାହିସ୍ କୁ କିଛି କହୁ ନଥାନ୍ତି । ମାହିସ୍ ର ପରୀକ୍ଷା ଦୁଇଦିନ । ତାକୁ ଯଦି ମାଆଙ୍କ କଥା ଖରାପ ଲାଗିବ, ହୁଏତ ସେ କିଛି ଖରାପ ନିଷ୍ପତି ନେବ । ସେଥିପାଇଁ କିଛି କହିଲେନି । କାରଣ ସବୁ ବାପା ମାଆ ଚାହଁନ୍ତି ତାଙ୍କ ସନ୍ତାନ ଜଣେ ଉତ୍ତମ ଶିକ୍ଷାର୍ଥୀ ହେଉ,ଭଲ ପଢିକି ତାଙ୍କ ନାଁ ଉଜ୍ଜଳ କରୁ । ମାଆ ମାହିସ୍ କୁ ସାହସ ଦେଇ କହିଲେ, “ବ୍ୟସ୍ତ ହୁଅ ନି ଧନ ! ତୋ’ ବାପା ଆସନ୍ତୁ, ସବୁ ଠିକ୍ ହେବ ।” “ବାପା ଯାଇକି ସ୍କୁଲ ସାରଙ୍କ ସହ କଥା ହେବେ ।” ମାହିସ୍ କହିଲା,”ମାଆ ! ମୁଁ ସାରଙ୍କୁ ଏହି କଥା କହିଲି, ହେଲେ ସେ କହିଲେ, ଆଇ କାର୍ଡ ହଜିଯାଇଛି ମାନେ ଦୁଇଦିନ ଭିତରେ କେମତି ଆସିବ ! ତମ ବାପାଙ୍କୁ କୁହ, ସେ ଶିକ୍ଷା ଶଚିବଙ୍କ ନିକଟକୁ ଦରଖାସ୍ତ ଦେବେ ତମ ଆଇ କାର୍ଡ ପାଇଁ । ତା’ ହେଲେ ତମେ ପରୀକ୍ଷା ଦେଇପାରିବ । ଏହି କମ୍ ସମୟ ମଧ୍ୟରେ ବି ଶିକ୍ଷକ କ’ଣ କରିପାରିଥାନ୍ତେ । ଏହି କଥା କହିଲେ ମାଆ କହିଲେ,” ହଉ ପୁଅ ତୁ ବ୍ୟସ୍ତ ହ ନି ।ତୋ’ ବାପା ଆସନ୍ତୁ ।” ସନ୍ଧ୍ୟା ହେଲା । ମାହିସ୍ ର ବାପା ଆସିଲେ । ତା’ ବାପା ଜଣେ ବ୍ୟବସାୟୀ । ମାହିସ୍ ଙ୍କ କଥା ସବୁ ତା’ ମାଆ ବାପାଙ୍କ ଆଗରେ ପ୍ରକାଶ କଲେ । ତା’ ବାପା ରାଗି ଯାଇ ମାହିସ୍ କୁ ଗାଳି କଲେ । କହିଲେ, “ଏତେ ବଡ ପିଲା ହେଲୁଣି । ସାଧାରଣ ଜ୍ଞାନ ନାହିଁ । ଏତେ ଖାମଖିଆଲ ! ଆଇ କାର୍ଡକୁ ନେଇବାପା ତାଙ୍କ ସାଙ୍ଗମାନଙ୍କୁ କଲ୍ କଲେ, ଯେଉଁମାନେ ଶିକ୍ଷା ବିଭାଗରେ ଅଧ୍ୟୟନ ରତ । ସେମାନେ କହିଲେ,”ଆମେ ବୁଝିକି କହିବୁ । ତମ ପୁଅ ଯିଏ, ମୋ’ ପୁଅ ବି ସିଏ । ପିଲାଟା ପରୀକ୍ଷା ଦେବନି କେମତି ! ନିଶ୍ଚୟ ଦେବ !!” ସମସ୍ତେ ଆଶ୍ୱାସନା ଦେଲେ । ଏବେ ଟିକେ ବାପା ମାଆଙ୍କର ପୁଅ ଚିନ୍ତା ଟଳିଲା ।ହେଲେ ମାଆ ଭଗବାନଙ୍କ ପାଖରେ ପୂଜାର୍ଚ୍ଛନା କଲେ ପୁଅ ପାଇଁ । ପରଦିନ ହଠାତ୍ ମାଆ ରୁମକୁ ସଫା କରିବା ସମୟରେ ଦେଖିଲେ ରୁମରେ ଥିବା ଟେବୁଲ୍ ସାଇଡରେ ଆଇ କାର୍ଡ ପଡିଥିଲା । ଏହା ଦେଖି ମାଆ ବୋହୁତ ଖୁସି ହେଇଗଲେ । ମାହିସକୁ ଦେଖେଇଲେ । ପରିବାରର ସମସ୍ତେ ଖୁସି ହେଇଗଲେ । ତା’ ପରଦିନ ମାହିସ୍ ବହୁତ ଖୁସିରେ ବାପା ମାଆଙ୍କ ଆଶୀର୍ବାଦ ନେଇ ବିଦ୍ୟାଳୟକୁ ଗଲା ।

ମମତା ବାରିକ,
ସ୍ଥାନ-ଯାଜପୁର, ବାରବାଟି,
ଗ୍ରାମ-ବାମଦେବପୁର