ମହିୟସୀ ମହିଳାଙ୍କ ପରଲୋକ…

ଜଳେଶ୍ୱର (ସମୃଦ୍ଧଓଡିଶା) ଆଦିବାସୀ ଅଂଚଳରେ ଲ୍ୟାମ୍ପ ମ୍ୟାନେଜର ଭାବେ କାର୍ଯ୍ୟକରି ଯଶଶ୍ୱୀ ଅର୍ଜନ କରିଥିବା ରାସଗୋବିନ୍ଦୁପର ବ୍ଲକର ଗଡିଘାଟି ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ଧର୍ମପତ୍ନ ଗିରିବାଳାଙ୍କ ୮୩ ବର୍ଷ ବୟସରେ ପରଲୋକ ଘଟିଛି । ସେ ଗଡିଘାଟି, ବନ୍ଧମୁଣ୍ଡି, ରାଜଘାଟ, ଶିଖରପୁର, ସୁଖଦୁଖିଆ. ମଂଗଳପୁର ଅଂଚଳରେ ବହୁ ଜନହିତକର କାର୍ଯ୍ୟରେ ନିୟୋଜିତ ଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବାର୍ଦ୍ଧକ୍ୟଜନୀତ ରୋଗରେ ପିଡିତ ଥାଇ ଅସୁସ୍ଥ ହୋଇ ବାଲେଶ୍ୱର ଜିଲା ମୁଖ୍ୟଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁଶର୍ଯ୍ୟାନିକଟରେ ତାଙ୍କର ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ସୁବର୍ଣ୍ଣରେଖା ନଦୀକୂଳରେ ସାନପୁଅ ମୁଖାଗ୍ନି ଦେଇଥିଲେ ।