ଅର୍ଣ୍ଣବ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ୩୫ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ଓ ଫଳ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ଅସହାୟ ବୃଦ୍ଧ/ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଥିବା ଅର୍ଣ୍ଣବ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ନବବର୍ଷ ଉପଲକ୍ଷେ କମ୍ବଳ ଓ ଫଳ ବଣ୍ଟନ କରାଯାଇଛି । ଓଡିଶା ସୀମାନ୍ତ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନସ୍ଥ ନଛିମପୁର ପଂଚାୟତର ନାଙ୍ଗୁଡସାହିରେ ଥିବା ଅର୍ଣ୍ଣବ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ଆଜି ରବିବାର ପୂର୍ବାହ୍ନରେ ନଛିମପୁର ଓ ଗୋବରଘଟା ଗ୍ରା.ପ.ର ବିଭିନ୍ନ ଗ୍ରାମରେ ଥିବା ୩୫ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ କରି ଅଗ୍ରୱାଲାଛକ ନିକଟରେ ସେମାନଙ୍କୁ କମ୍ବଳ ଓ ଫଳ ବଣ୍ଟନ କରିଛନ୍ତି । ଟ୍ରଷ୍ଟର ସଭାପତି ଦିପ୍ତିରାଣୀ ନନ୍ଦୀ, ସଂପାଦକ ଆଦିକନ୍ଦ ଦାସ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଦେଷ୍ଟା ଚନ୍ଦନ କୁମାର କର, ହରେନ୍ଦ୍ର ପାତ୍ର, ତ୍ରିଲୋଚନ ଦାସ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂଜା ଦାସ, ଆଶିଷ ଦାସ ଅଧିକାରୀ, ସୁବାଶ ପାତ୍ର, ରାଜକିଶୋର ଜେନା, ମନୋଜ କୁମାର କର, ଜଗନ ଦାସ ଅଧିକାରୀ, ବଳରାମ ଦାସ ଅଧିକାରୀ, ଶ୍ୟାମସୂନ୍ଦର ଭଂଜ, ନିବେଦିତା ଦାସ ଅଧିକାରୀ, ସାରଳା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି କମ୍ବଳ ଓ ଫଳ ବଣ୍ଟନରେ ସହାୟତା କରିଥିଲେ । ଏହି ଟ୍ରଷ୍ଟକୁ ସହାୟତାର ହାତ ବଢ।ଇଥିବା ସମସ୍ତ ସହଯୋଗୀ ମାନଙ୍କୁ ଅର୍ଣ୍ଣବ ଚେରିଟେବଲ ଟ୍ରଷ୍ଟ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଥିବା ଟ୍ରଷ୍ଟର ସଂପାଦକ କହିଛନ୍ତି ।