ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀଙ୍କ ସଚେତନ କାର୍ଯ୍ୟକ୍ରମ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଥା ସତ୍ୟ ସାଇ ଏସଏଚଜି, ଶ୍ରୀ ରଘୁନାଥ ଏସଏଚଜି, ମହାଲକ୍ଷ୍ମୀ ଏସଏଚଜିର ମହିଳାମାନେ ଅଙ୍ଗନବାଡି କର୍ମୀ ଏ.ସୁଜାତାଙ୍କ ସହ ଅଙ୍ଗନବାଡି କର୍ମୀ ଅଂଜନା ପଟ୍ଟନାୟକଙ୍କ ନେତୃତ୍ବରେ ଘର ଘର ବୁଲି ଲୋକଙ୍କୁ କରୋନା ଭୁତାଣୁ ସଂକ୍ରମଣର ଲକ୍ଷଣ ଏବଂ ଏହା କିପରି ବ୍ୟାପେ ସେ ବିଷୟରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାସ୍କ ପିନ୍ଧିବା, ପୋଖରୀ ଜଳ ନ ପିଇବା, ସର୍ବସାଧାରଣରେ ଛେପ ନ ପକେଇବା, ବାରମ୍ବାର ସାବୁନରେ ହାତ ଧୋଇବା, କରୋନା ଜନିତ ଅନ୍ଧବିଶ୍ୱାସ ଭୁଲ୍ ତଥ୍ୟ ଉପରେ ବିଶ୍ୱାସ ନ କରିବା, ସର୍ବସାଧାରଣରେ ତାସ ନ ଖେଳିବା, ଭୋଜି ନ କରିବା, ଗୃହ ସଘଂରୋଧରେ ରହୁଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର କରିବା, “କରୋନାକୁ ଦୂର କରିବା” ଏହି ନାରା ଲଗାଇ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କର୍ମୀ ଓ ସ୍ୱେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ