କରୋନା ଭୁତାଣୁ ସଂକ୍ରମଣରୁ କିପରି ରକ୍ଷା ପାଇବ ସେ ନେଇ ଛତ୍ରପୁରରେ ସଚେତନତା କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣରୁ କିପରି ରକ୍ଷା ପାଇବ ସେ ନେଇ ଛତ୍ରପୁରରେ ସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢି ବଢି ଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ସଟଡାଉନ, ଲକଡାଉନ ଚାଲିଥିବା ବେଳେ ସରକାର ଓ ଜିଲ୍ଲାପ୍ରଶାସାନର ନୀୟମକୁ ଉଲ୍ଲଘଂନ କରି ରାସ୍ତାରେ ଚଳପ୍ରଚଳ ହେଉଥିବା ଏବଂ କିଛି ବ୍ୟକ୍ତି ମାସ୍କ ପରିଧ।ନ କରୁ ନ ଥିବା ଓ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁ ନ ଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରଶାନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ସାମାଜିକ ସଂଗଠନ ପକ୍ଷରୁ କୋଭିଡ -୧୯ ନୀୟମକୁ ପାଳନ କରିବା ପାଇଁ ବାରମ୍ବାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହାସହ ଡାକ ବାଜି ଯନ୍ତ୍ର ଦ୍ୱାରା ମଧ୍ୟ ପ୍ରଚାର କରାଯାଉଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଏନଏସି ପ୍ରଶାସନ ପକ୍ଷରୁ ନୀୟମିତ ଭାବେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉଥିବା ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରିମାନେ ମଧ୍ୟ ସଚେତନ କରିଆସୁଛନ୍ତି । ଏପରି ମୂହର୍ତ୍ତରେ ମଧ୍ୟ ଅମାନିଆ ମାନେ କୋଭିଡ-୧୯ ନୀୟମକୁ ନ ମାନି ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି । ଏହାକୁ ରୋକିବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ଯେଉଁମାନେ ଏହି ନୀୟମକୁ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୋରିମାନା ଆଦାୟ ମଧ୍ୟ କରାଯାଉଛି । ଶୁକ୍ରବାର ଛତ୍ରପୁର ସହରରେ ଏନଏସି ଓ ପୋଲିସର ମିଳିତ ଭାବେ ବିଭିନ୍ନ ସାହି ଗଳି କନ୍ଦି ବୁଲି ଅମାନିଆକୁ ସଚେତନତା କରିବା ସହ ଲୋକମାନେ ଏବଂ ବ୍ୟବସାୟୀମାନେ କରୋନା ଭୁତାଣୁ ସଂକ୍ରମଣରୁ ଦୁରେଇ ରହିବା ପାଇଁ କୋଭିଡ-୧୯ ନୀୟମ ଅନୁସାରେ କାର୍ଯ୍ୟ କରିବାକୁ ସଚେତନ କରାଯାଇଛି । ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ ନିୟମ ସମ୍ପର୍କରେ ମଧ୍ୟ କୁହାଯାଇଛି । ଏଥିରେ ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଷ ବାବୁ ଓ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଏବଂ ପୋଲିସ କର୍ମଚାରୀ ଓ ଏନଏସି କର୍ମଚାରୀମାନେ ଅଂଶ ଗ୍ରହଣ କରି କରୋନା ଭୁତାଣୁ ସଂକ୍ରମଣରୁ କିପରି ସୁରକ୍ଷିତ ରହିବେ ସେଥିପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା