ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ଏକତା ଟ୍ରଷ୍ଟର କର୍ମଶାଳା

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ଏକତା ଟ୍ରଷ୍ଟ ଓ କେନ୍ଦ୍ର ମସ୍ତ୍ୟ ବିଭାଗ ଆନୁକୂଲ୍ୟରେ ସାଧାରଣ ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଓ ତାଲିମ କର୍ମଶାଳା ଅନୁଷ୍ଠିତ କରିବା ଅବସରରେ, ଓଡିଶାର ପୁର ପଲ୍ଲୀ ରୁ ସାଧାରଣ ମହିଳା ମନେ ଆକୃଷ୍ଟ ହୋଇ ତାଲିମ ଆରୋହଣ କରୁ ଅଛନ୍ତି ଓ ତାଲିମ ପ୍ରାପ୍ତ ପରେ, ନିଜେ ନିଜର ପ୍ରୟାସ ଓ ଏକତା ଟ୍ରଷ୍ଟ ର ସହଯୋଗ କ୍ରମେ, ସେମାନେ ନିଜର ଛୋଟ ଛୋଟ ଉନ୍ନତି ମୂଳକ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ଚେଷ୍ଟିତ ଆଛନ୍ତି l ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଗ୍ରାମରେ ଜଣେ ମହିଳା ଙ୍କ ପ୍ରକଳ୍ପ ପରିଦର୍ଶନ କରି ଥିଲା ଏକତା ଟ୍ରଷ୍ଟ ର ସଦ୍ୟସ ମନେ, ଉକ୍ତ ମସ୍ତ୍ୟ ଚାଷ ପ୍ରକଳ୍ପ ଟି ଏକ କୋଟି ଟଙ୍କା ରୁ ଉର୍ଧ୍ଵ ଅଟକଳ କରା ଯାଇ ଥିବାରୁ ଏଥିରେ କୋଡିଏ ରୁ ଉର୍ଦ୍ଧ ଯୁବତୀ ନିଯୁକ୍ତି ପାଇବେ ଓ ଏହା ଉଚ୍ଚ କୋଟି ର ପ୍ରକଳ୍ପ ମାନ୍ୟତା ପାଇବା ର ଅନୁମାନ କରାଯାଉଛି ବୋଲି ଏକତା ଟ୍ରଷ୍ଟ ର କାର୍ଯ୍ୟକାରୀ ଅଧକ୍ଷ ଶ୍ରୀ ରବି ମହାରଣା ପ୍ରକାଶ କରିଛନ୍ତି l ଏହି ପ୍ରକଳ୍ପ ଅନୁଧ୍ୟାନ କରବା ଲାଗି ଟ୍ରଷ୍ଟ ର ଅଧକ୍ଷା ଇଂ ଦୀପ୍ତି ରେଖା ପଟ୍ଟନାୟକ ଙ୍କ ସମେତ, ଟ୍ରଷ୍ଟ ର ସଦ୍ୟସ ଶ୍ରୀମତୀ ରଜନୀ ବାଳା ଦାସ, ସସ୍ମିତା ପରିଡା ଓ ତୁଳସୀ ବିଶୋଇ ଗସ୍ତ କରି ଥିଲେ l

ରିପୋର୍ଟ : ରଜତ କୁମାର ମହାପାତ୍ର