ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ : ବିଧାୟକଙ୍କୁ ଗିରଫ ଦାବୀରେ ତହସିଲ କାର୍ଯ୍ୟାଳୟ ଘେରାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମାତୃଜାତୀକୁ ସମସ୍ତେ ସମ୍ମାନ ଦେଉଥିବା ବେଳେ ମାନବାଧିକାର ଦିବସ ପରିପ୍ରେକ୍ଷୀରେ ଭଦ୍ରକର ଏକ ହୋଟେଲରେ ଅନୁଷ୍ଠିତ ସଭାରେ ବିରୋଧି ଦଳର ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନାରୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମିତି ପକ୍ଷରୁ ଆଜି ଗୁରୁବାର ପୂର୍ବାହ୍ନରେ ତହସିଲ ଅଫିସ ସମ୍ମୁଖରେ ଗଣଧାରଣ ଦେବା ସହିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଅଖିତ ଭାରତ ଗଣତାନ୍ତ୍ରୀକ ମହିଳା ସମିତିର ଜଳେଶ୍ୱର ବ୍ଲକ ସଂପାଦିକା ଶାନ୍ତିଲତା ପଣ୍ଡାଙ୍କ ନେତୃତ୍ୱରେ ଆରତୀ ପଲାଇ, ଈଷାନୀ ଆଚାର୍ଯ୍ୟ, ମମତା ରାଜ, ଗୀତା ସିଂ, ମାଳତୀ ଭୂୟାଁ, ଆରତୀ ମହାନ୍ତି, ଉମା ମାହାଲି, ସାବିତ୍ରୀ ନାୟକ, ବାଙ୍ଗିରୀ ପଲାଇ, ରାସମଲି ପଲାଇ, ବନ୍ଦିତା ପାତ୍ର, ଜୟନ୍ତୀ ରଣା, ଲକ୍ଷ୍ମୀ ପ୍ରିୟା ଜେନା, ଅନିତା ଦେବନାଥ, ମାଳତୀ ପଲାଇ, ସରସ୍ୱତୀ ନାୟକ, ମନ ଦେବନାଥ ପ୍ରମୁଖ ବହୁ ମହିଳା ଏହି ଘେରାଉରେ ସାମିଲ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା