ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ନିଯୁକ୍ତି ମେଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ନିଯୁକ୍ତି ସୁଯୋଗ ପାଇଁ ତାଲିମ୍ ନେବାକୁ ପୋଟ୍ଟଲାମପୁର କ୍ଲଷ୍ଟରରେ ଗୁରୁବାର ଚୟନ ମେଳା ପୋଟ୍ଟଲାମପୁର ପଞ୍ଚାୟତର ଗଙ୍ଗାପୁର ହାଇସ୍କୁଲ ପରିସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଟ୍ଟଲାମପୁର, ବଡମାଧପୁର ଓ ପୋଡାପଦର ପଞ୍ଚାୟତର ଯୁବକ ଯୁବତୀ ମାନେ ଆବେଦନ କରାଇଛନ୍ତି । ଏହି ମେଳାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ପୋଟ୍ଟଲାମପୁର ସରପଂଚ ସୁବାସିନି ବାରିକି, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ଯୁବନେତା ଶମ୍ଭୁନାଥ ସ୍ୱାଇଁ, ସୁକାନ୍ତ ନାହାକ, ରମେଶ ବାରିକି, ରମେଶ ପ୍ରଧାନ, ଓଡିଶା ଜୀବିକା ମିଶନ୍ ର ବ୍ଲକ ସଂଯୋଜିକା ମାନିନୀ ଜେନା,ଏସଡିସି ମାନସୀ ବେହୋର, ବିଏଲସି ଗୀତାଜଂଳି ମୁଦୁଲି ଏବଂ ତିନୋଟି ପଞ୍ଚାୟତର ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହି ଚୟନ କାର୍ଯ୍ୟରେ ସହଯୋଗ କରିଥିଲେ । ଶିବିର ନିମନ୍ତେ ୬୯ ଜଣ କାଉନସିଲିଂ ପାଇଁ ଟ୍ରାଗେଟ୍ ଥିବା ବେଳେ ୭୮ଜଣ ପଞ୍ଜୀକୃତ କରିଥିଲେ । ସେଥିରୁ ୪୬ ଜଣ ଚୟନ ହୋଇଥିଲେ ବୋଲି ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜିକା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା