ମହା ସମାରୋହରେ ବିଜୟ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ହେଉଛି ଜୁଲାଇ ୨୬ ତାରିଖ । ଏହି ତାରିଖ ଦିନ ଭାରତୀୟ ସେନାବାହିନୀ ପାକିସ୍ତାନ ସେନାଙ୍କ କବଳରୁ କାର୍ଗିଲ ମୁକ୍ତ କରିଥିଲେ । ତେଣୁ ଭାରତ ଦେଶ ପାଇଁ ଏକ ଗୌରବର ତାରିଖ । ୨୦ ବର୍ଷ ହେଲା ଜୁଲାଇ ୨୬ ତାରିଖଟିକୁ ବିଜୟ ଦିବସ ରୂପେ ଭାରତବାସି ପାଳନ କରି ଆସୁଛନ୍ତି । କାରଣ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଭାରତୀୟ ସେନାବାହିନୀ ପାକିସ୍ତାନ ସେନାଙ୍କ କବଳରୁ କାର୍ଗିଲ ମୁକ୍ତ କରିଥିଲେ । ଏଥିରେ ଅନେକ ଯବାନ ସହିଦ ହୋଇଥିଲେ ସେମାନଙ୍କୁ ସମ୍ମାନ ଦେବା ପାଇଁ ଏହି ସହିଦ ଦିବସଟି ପାଳନ କରାଯାଉଛି । ଆଜି ସାରା ଦେଶରେ ଏହି ଦିବସ ପାଳନ କରାଯାଇଛି । ଏହି ଯୁଦ୍ଧରେ ବ୍ରହ୍ମପୁର ନିକଟସ୍ଥ ଜଗଦଳପୁର ଗ୍ରାମର ବୀର ପୁରୁଷ ଏସ ଶ୍ରୀନିବାସ ପାତ୍ର ଭାରତୀୟ ସେନାରେ ଯୋଗ ଦେଇ ସହିଦ ହୋଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀନିବାସଙ୍କର ଜୟଗାନ କରିଥିଲେ ଓ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ସରପଞ୍ଚ ହାଡୁବନ୍ଧୁ ବେହେରା, କେ ସନ୍ତୋଷ ପାତ୍ର, କେ ସୁଦାମ ପାତ୍ର, ବି ଜଗନ୍ନାଥ ଏବଂ ସଦର ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ସହ ସହିଦ ଶ୍ରୀନିବାସଙ୍କର ସ୍ମୃତି ବନ୍ଦନା କରିଥିଲେ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଯୁବନେତା କେ ସୁଦାମ ପାତ୍ର ଏହି କାର୍ଯ୍ୟକ୍ରମରେ ଆୟୋଜନ କରିଥିଲେ । ଗଞ୍ଜାମର ଏହି ବୀରପୁତ୍ର କାର୍ଗିଲରେ ଦେଶ ପାଇଁ ବଳିଦାନ ଦେଇ ଗୌରବ ଅର୍ଜନ କରିଛନ୍ତି ଓ ଆମ ବ୍ରହ୍ମପୁର ମାଟି ମା’କୁ ଇତିହାସରେ ଗୌରବାନ୍ୟୁତ କରାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା