କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗରିବଙ୍କୁ ପଟ୍ଟା ପ୍ରଦାନ ପାଇଁ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ସମ୍ମୁଖରେ ଆଜି ଜଳେଶ୍ୱର କୃଷକ ସଭା ଓ କ୍ଷେତ ମଜଦୁର ୟୁନୀୟନ ପକ୍ଷରୁ ଗୋବରଘଟ୍ଟା ପଂଚାୟତର କୃଷ୍ଣ ନଗର ବହୁ ଗରିବ ଆଦିବାସୀମାନଙ୍କ ବସବାସ କରିବା ଲାଗି ଜମିପଟ୍ଟା ଦିଆଯାଇନଥିବାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେଠାରେ ବହୁ ଗରିବ ଆଦିବାସୀମାନେ ଦୀର୍ଘ ବର୍ଷ ଧରି ରହିଆସୁଥିବାରୁ ସେମାନଙ୍କୁ ଜମିପଟ୍ଟା ଦିଆଯାଇ ନ ଥିବାରୁ ସେମାନେ ପ୍ରଧାନମନ୍ତ୍ରୀ ଆବସ ଯୋଜନା, ସରକାରୀ ସୁବିଧା ସୁଯୋଗ, ଜାତିଗତ ପ୍ରମାଣପତ୍ର ଓ ଆଦିବାସୀ ପ୍ରମାଣପତ୍ର ପାଇପାରୁନାହାନ୍ତି । ଏହାର ପ୍ରତିବାଦରେ ତହସିଲ ସମ୍ମୁଖରେ ପଟ୍ଟା ପାଇଁ ବିକ୍ଷୋଭ କରିବା ସହ ଅତିରିକ୍ତ ତହସିଲଦାର କ୍ଷିରୋଦ କୁମାର ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭରେ ରବିନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଦିଲ୍ଲିପ ଗିରି, ଦିପ୍ତିମାନ ଆଚାର୍ଯ୍ୟ, ପଲ୍ଟୁ ଦାସ୍, ନରେନ୍ ସିଂ, ସୀତାଂଶୁ ସେନାପତି ବକ୍ତବ୍ୟ ରଖିଥିଲେ । ଆସନ୍ତା ଅଗଷ୍ଟ ୨ତାରିଖ ସୁଦ୍ଧା ସେମାନଙ୍କୁ ପଟ୍ଟା ବଣ୍ଟନ ନ ହେଲେ ୩ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସଂପାଦକ ପଲଟୁ ଦାସ ଲିଖିତଭାବେ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା