ମହାଶିବରାତ୍ରୀରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ : ଆନ୍ଧ୍ର ରାଜ୍ୟପାଳଙ୍କ ସୁଖ ସମୃଦ୍ଧି କାମନା…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ମହାଶିବରାତ୍ରୀରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ବଡ ବଡ ସହର ମାନଙ୍କରେ ଥିବା ଶୈବପୀଠମାନଙ୍କରେ ନାହିଁ ନ ଥିବା ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ମହାଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ର ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇ ପଡ଼ିଛି। ଆଜି ଭୋର ୩ଟାରୁ ଲିଙ୍ଗରାଜଙ୍କ ଦ୍ୱାର ଫିଟି ଥିଲା। ଏହାପରେ ମହାଦେବଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ୧୫ ଲକ୍ଷ ଟଙ୍କା ବ୍ୟୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସହ ମନ୍ଦିର ବେଢ଼ାକୁ ବିଭିନ୍ନ ଫୁଲରେ ସଜାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏ ବ୍ୟାରିକେଡ୍ କରାଯାଇଛି। ଛାଇ ପାଇଁ ଅସ୍ଥାୟୀ ସେଡ୍ ବି ନିର୍ମାଣ ହୋଇଛି।  ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ୧୦ଟାରେ ମହାପ୍ରଭୁଙ୍କ ମହାଦୀପ ଉଠିବ। ଏଥର ମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁ ଦୀପ ଜାଳିପାରିବେ। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।  ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ୧୪ଟି ପାର୍କିଂ ପ୍ଲେସ୍‌ର ବ୍ୟବସ୍ଥା କରାଯାଇଛି।ସେହପରି ମହାଶିବରାତ୍ରୀ ପାଇଁ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ଜାଗର ପାଇଁ ରାତି ୧୨ଟାରୁ ଶ୍ରୀଲୋକନାଥଙ୍କ ଦ୍ୱାର ଫିଟା ଯାଇ ସମସ୍ତ ନୀତିକାନ୍ତି ଚାଲିଛି। ବିଳମ୍ବିତ ରାତିରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।  ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଜି ହରିହର ପୂଜା ଭୋଗ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ପରେ ରାତି ୩ଟାରେ ମହାଦୀପ ପ୍ରଜ୍ଜଳନ କରାଯିବ। ଶ୍ରୀଲୋକନାଥଙ୍କ ଦର୍ଶନ ପାଇଁ ଦୂରଦୂରନ୍ତାରୁ ଭକ୍ତ ପୁରୀ ଆସିଛନ୍ତି।କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ଭୋର ୪ଟାରୁ ଦ୍ୱାର ଫିଟାଯାଇଛି। ଏହାପରେ ମହାସ୍ନାନ କରାଯାଇ କେତକୀ ଫୁଲରେ ବାବା ଧବଳେଶ୍ୱରଙ୍କୁ ସଜାଯାଇଛି। ଏଠାରେ ରାତି ଗୋଟାଏରେ ମହାଦୀପ ଉଠି ଧବଳେଶ୍ୱରଙ୍କ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି କରାଯିବ।  ମହାଶିବରାତ୍ରୀ ଅବସରରେ ଆଜି ରାତିରେ ଧବଳେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।  ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ଝୁଲାପୋଲ ଏବଂ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି।ଢେଙ୍କାନାଳ କପିଳାସ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ସକାଳୁ ଆରମ୍ଭ ହୋଇଯାଇଛି। ଏଠାରେ ଭୋରରୁ ବିଭିନ୍ନ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ବିଳମ୍ବିତ ରାତିରେ ହରିହର ଭେଟ ହେବ। ଭୋର ୪ଟାରେ ଏଠାରେ ଉଠିବ ମହାଦୀପ। ଭଦ୍ରକ ଜିଲ୍ଲା ଆଖଣ୍ଡଳମଣିଙ୍କ ପୀଠ ଜାଗର ପାଇଁ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ଭୋର୍ ପ୍ରାୟ ୫ଟା ବେଳେ ମହାଦୀପ ଉଠିବ । ଆନ୍ଧ୍ର ପ୍ରଦେଶରେ ମଧ୍ୟ ବିଭିନ୍ନ ଶୈବ ପୀଠ ମାନଙ୍କରେ ଭକ୍ତ ଗହଳି ଦେଖିବାକୁ ମିଳିଛି । ଶ୍ରୀସାଇଲାମ , ରାଜମହେନ୍ଦ୍ରୀ ,ବିଶାଖାପାଟଣା ଆଦି ସହର ଗୁଡିକରେ ଥିବା ଶୈବପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗି ରହିଛି ।

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଓଡିଶା ଓ ଆନ୍ଧ୍ର ର ସମସ୍ତ ଭକ୍ତମାନଙ୍କ ଶିବରାତ୍ରୀ ଉପଲକ୍ଷେ ସୁଖ ସମୃଦ୍ଧି ଓ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀ ସୁଖ ସମୃଦ୍ଧି ମୈତ୍ରୀ ଓ ଭାଇଚାରା ରେ ଚଳିତ ବର୍ଷଟି କାଳାତିପାତ କରିବାକୁ ମହାଦେବଙ୍କ ନିକଟରେ ସେ କାମନା କରିଛନ୍ତି ।

Raj Bhavan: Governor Sri Biswa Bhusan Harichandan’s Message for Mahasivarathri

“On the auspicious occasion of MAHASIVARATHRI, I convey my heartiest greetings to the people of Andhra Pradesh. Mahasivarathri, is the most auspicious festival for millions of devotees of Lord Shiva and the day is observed with fervor and devotion. It is considered highly auspicious to worship Lord Shiva on this day.

May this auspicious occasion inspire noble thoughts of love, affection, amity and brotherhood in all of us.
I once again convey my warm greetings to all on this auspicious occasion.”