ବିଭିନ୍ନ ସମସ୍ୟା ଭିତରେ ରହିଛି କେରାଣ୍ଡି ପଞ୍ଚାୟତର ବିଭିନ୍ନ ଗାଁ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ କେରାଣ୍ଡୀ ଗ୍ରାମ ପଞ୍ଚାୟତରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ତାହା ସୁଧୁରିପାରିନାହିଁ । ପାରଳାଖେମୁଣ୍ଡି ଠାରୁ କଇଁପୁର-ତୁମ୍ବା ଗ୍ରାମ ଦେଇ ଘାଟି ବୁଲାଣିଆ ରାସ୍ତାରେ ଯିବାକୁ ପଡିଥାଏ । ଗତ ୨୦୧୮ ଅକ୍ଟୋବର ୧୦ତାରିଖରେ ଭୟଙ୍କର ତିତିଲି ମହାବାତ୍ୟା କେରାଣ୍ଡି ପଞ୍ଚାୟତରେ ପ୍ରବଳ କ୍ଷତି ଘଟିଥିଲା ତାକୁ ଦୃଷ୍ଟି ରେ ରଖି ସେହି ସମୟରେ ଏହି କ୍ଷତିଗ୍ରସ୍ତଙ୍କୁ ଭେଟିବା ପାଇଁ ବହୁ ରାଜ୍ୟସ୍ତରୀୟ ଅଧିକାରୀ ଗଜପତି ଜିଲ୍ଲା ଏବଂ ମୁଖ୍ୟତଃ ରାୟଗଡ଼ା ବ୍ଲକ ଏହି ସବୁ ପଞ୍ଚାୟତ ଆସୁଥିଲେ । ସେହି ସମୟରେ ତରବରିଆ ଭାବେ କଇଁପୁର ଠାରୁ କେରାଣ୍ଡି ରାସ୍ତାଟି କାର୍ଯ୍ୟ କରାଯାଇଥିଲା । ଯାହାକି ମାଟି ଢାଳୀ ଲୋକ ଦେଖାଣିଆ ଭାବେ କାର୍ଯ୍ୟଟିକୁ ସମାପ୍ତ କରାଯାଇଥିଲା । ଅନ୍ୟପକ୍ଷରେ କହିବାକୁ ଗଲେ ଏହା କେବଳ ରାଜ୍ୟସ୍ତରୀୟ ଅଧିକାରୀ ଗ୍ରସ୍ତକୁ ଦୃଷ୍ଟିରେ ରଖି ଯେନତେନ ପ୍ରକାରେ ଉକ୍ତ ରାସ୍ତାକୁ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । କାର୍ଯ୍ୟ ସମାପ୍ତ ହେବାର ମାତ୍ର କିଛିଦିନ ପରେ ଉକ୍ତ ରାସ୍ତା ଦେଇ କେରାଣ୍ଡି ପଂଚାୟତ କୁ ଯାତାୟାତ କରିବା ଏକ ପ୍ରକାର ବିପଦ କୁ ହାତେଇବା ଭଳି ମନେ ହୁଏ । ଅନ୍ୟପକ୍ଷରେ ଏହି ରାସ୍ତା ଦେଇ ଅମୁଲାନ୍ସ ଯିବା ଏତେ ଦୁରୁହ ବ୍ୟାପାର । ଦୁଇ ଚକିଆ ଯାନ ମଧ୍ୟ ଯିବା କଷ୍ଟକର ହୋଇପଡୁଛି । ଗମନାଗମନ ସମସ୍ୟା ଯୋଗୁଁ କେରାଣ୍ଡି ପଂଚାୟତର ଓୟା, ବଡଅନ୍ତରସିଂ, ଲୋକିଡା, କେରାଣ୍ଡି ଇତ୍ୟାଦି ପ୍ରାୟ ୨୦ଖଣ୍ଡ ଗ୍ରାମର ପ୍ରାୟ ୨ହଜାରରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ପ୍ରଭାବିତ ହୋଇଛନ୍ତି । ଖାଲି ସେତିକି ନୁହେଁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ରୁ ମଧ୍ୟ ଦୂରରେ ରହୁଥିବା ଗ୍ରାମ ବାସି କିହିଛନ୍ତି । କେରାଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ରଘୁନାଥ ଶବର ଅଞ୍ଚଳ ଟି ଏକ ସୀମାନ୍ତବର୍ତ୍ତି ଅଞ୍ଚଳ ହୋଇଥିବା ଯୋଗୁଁ ପ୍ରଶାସନ ବିଶେଷ ଦୃଷ୍ଟି ପଡୁନାହିଁ ବ୍ଲୁ ସେ କହିଛନ୍ତି । ଏଠାରେ ଶିକ୍ଷା କହିଲେ ୧୯୨୬ମସିହା ରୁ ପ୍ରତିଷ୍ଠା ହୋଇଥିବା ଏକ ବିଦ୍ୟାଳୟ ରହିଛି, ମାତ୍ର ତାହା ମଧ ଅବହେଳିତ ଅବସ୍ଥାରେ । ସେହିପରି ସେଠାରେ ମୋବାଇଲ ଟାୱାର ନଥିବାରୁ କୌଣସି ଅସୁବିଧା ସମୟରେ ଅଞ୍ଚଳ ବାସୀ ଯୋଗାଯୋଗ କରିବା ବିଫଳ ହେଉଛନ୍ତି । ରାସ୍ତା ଓ ଗମନାଗମନ ସୁବିଧା ନଥିବାରୁ କୌଣସି ରୋଗୀକୁ ଚିକିତ୍ସାଳୟ ନେବାକୁ ହେଲେ ଖଟିଆରେ ବହି ନେବାକୁ ପଡିଥାଏ । ତେଣୁ ଏହି ସମସ୍ୟାକୁ ଦୃଷ୍ଟି ରଖି ପ୍ରଶାସନ ଯଦି ଏହି ଅଞ୍ଚଳର ଉନ୍ନତି ସାଧାନ ପାଇଁ ଦୃଷ୍ଟି ନିକ୍ଷେପ କରନ୍ତା ଏହି ଅଞ୍ଚଳର ଏହି ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି ପିତାମ୍ବର ଭୁଂୟା, ଲାସିକା ଭୁଂୟା, କୁଞ୍ଜ ଭୁଂୟା, ମୁକୁନ୍ଦ ଶବର, ସହ ବହୁ ପଞ୍ଚାୟତ ବାସି ଜଣାଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା