ମହାମାରୀ କରୋନାର ଲକ୍‌ଡାଉନ୍ ବେଳେ ସବୁ ବ୍ୟକ୍ତିଙ୍କୁ ମିଳୁ ରେସନ୍ : ସିପିଏମ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱବ୍ୟାପୀ କରୋନା ମହାମାରୀର ରୂପ ନେଉଥିବା ବେଳେ ଭାରତରେ ୨୧ଦିନ ପାଇଁ ଘୋଷଣା ହୋଇଛି ଲକ୍ ଡାଉନ୍ । କାମ ଧ଼ନ୍ଦା ନ ମିଳିବା ଓ ଘରେ ବସିରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ସବୁ ବ୍ୟକ୍ତିଙ୍କୁ ରାସନ୍ ଯୋଗାଇ ଦେବାକୁ ଜଳେଶ୍ୱର ସିପିଏମ୍ ଆଞ୍ଚଳିକ କମିଟି ପକ୍ଷରୁ ବାଲେଶ୍ୱର ଜିଲାପାଳଙ୍କୁ ଜଳେଶ୍ୱର ତହସିଲଦାର ଓ ମ୍ୟୁନିସିପାଲଟିର କାଯ୍ୟନିର୍ବାହୀ ଅଧିକାରୀଙ୍କୁ ନିବେଦନ କରାଯାଇଛି । କରୋନା ପାଇଁ ଲକ୍‌ଡାଉନ୍ ହେବା ପରେ ଠିକା ଶ୍ରମିକ, କୃଷି ଶ୍ରମିକ ମାଇଗ୍ରେନ୍ ଶ୍ରମିକ ମାନଙ୍କର କାର୍ଯ୍ୟ ବନ୍ଦ ହେବା ଫଳରେ ଖାଇବାକୁ ନ ପାଇ ବହୁ ବ୍ୟକ୍ତି ଭୋକ ଉପାସରେ କାଳାତିପାତ କରୁଛନ୍ତି । ଏଣୁ ଜଳେଶ୍ୱର ବ୍ଲକର ସମସ୍ତ ପଞ୍ଚାୟତ ଓ ମ୍ୟୁନିସିପାଲଟିର ସମସ୍ତ ୱର୍ଡରେ ମାଗଣା ରନ୍ଧନଖାଦ୍ୟ ବାଣ୍ଟିବା ସହିତ ରେସନ୍‌କାର୍ଡ ନ ଥିବା ଯୋଗୁଁ ରେସନ୍‌, ଚାଉଳ, ଡାଲି, ଖାଇବାତେଲ, ଆଳୁ, ପିଆଜ ପ୍ରଭୃତି ଯୋଗାଇ ଦେବାଲାଗି ସିପିଏମ୍ ନେତା ଦିଲ୍ଲିପ କୁମାର ଗିରି, ସିୀତାଂଶୁ ସେନାପତି, ଜିତାଂଶୁ ଶେଖର ନନ୍ଦୀ ପ୍ରମୁଖ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏବେବି ଯୋଗ୍ୟ ହିତାଧିକାରୀ ରେସନ୍‌କାଡ ପାଇବାରୁ ବଞ୍ଚିତ ଅଛନ୍ତି । ରେସନ ସାମଗ୍ରୀ ପାଉନଥିବା ବ୍ୟକ୍ତି ବିଶେଷ ଯୋଗ୍ୟହିତାଧିକାରୀ ହୋଇଥିଲେ ମଧ୍ୟ ମହାମାରୀ ବେଳେ ସରକାରଙ୍କର ସୁବିଧା ସୁଯୋଗ ପାଇବା ଉଚିତ୍ ବୋଲି ସେମାନେ ଦାବି କରିଛନ୍ତି । କାମଧନ୍ଦା ନ ପାଇ ଏବଂ ଲକ୍‌ଡାଉନ୍‌ବେଳେ ଘରେ କାଳାତିପାତ କରୁଥିବା ବହୁ ବ୍ୟକ୍ତି ସେମାନଙ୍କର ପେଟପାଟଣା ଲାଗି ରୋଜଗାର ହରାଇଥିବା ବେଳେ ରେସନ୍ ସାମଗ୍ରୀ ପାଇବା ହକ୍‌ରୁ ସେମାନଙ୍କୁ ବଂଚିକ କରାନଯାଉବୋଲି ସିପିଏମ୍‌ର ଆଞ୍ଚଳିକ କମିଟି ତହସିଲଦାର ଓ ମ୍ୟୁନିସିପାଲଟି ଜରିଆରେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା