ମହାବିଷୁବ ପଣା ସଂକ୍ରାନ୍ତିରେ ବିଭିନ୍ନ ମଠ ଓ ମନ୍ଦିର ପରିକ୍ରମା କଲେ ବ୍ରହ୍ମପୁର ବିଧାନସଭା ବିଜେପି ପ୍ରାର୍ଥୀ କେ.ଅନିଲ୍ କୁମାର

ବ୍ରହ୍ମପୁର(ସମୃଦ୍ଧଓଡିଶା)ଓଡ଼ିଆ ନବବର୍ଷ,ମହା ବିଷୁବ ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବ୍ରହ୍ମପୁର ସହରର ବିଭିନ୍ନ ମଠ ମନ୍ଦିର ବୁଲି ପ୍ରଭୁଙ୍କ ଦର୍ଶନ କରିବା ସହ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମଙ୍ଗଳ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ । ପ୍ରଥମେ ଗାନ୍ଧୀନଗର ସ୍ଥିତ ବିଧାନସଭା ନିର୍ବାଚନ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ସହରର ଗୈାତମ ସିନେମା ହଲ ରୋଡ଼ ସ୍ଥିତ ହନୁମାନ ମନ୍ଦିର,ରାମଲିଙ୍ଗେଶ୍ୱର ରୋଡ଼,ପୁରୁଣା ବ୍ରହ୍ମପୁର ସଂସ୍କୃତ ମହାବିଦ୍ୟାଳୟ ନିକଟସ୍ଥ ହନୁମାନ ମନ୍ଦିର,ଖାସ୍ପା ସାହି ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର, ବାଲୁଙ୍କେଶ୍ୱର ଛକ, ହରିଡ଼ାଖଣ୍ଡି ଛକ ସ୍ଥିତ ହନୁମାନ ମନ୍ଦିର, ତାଲୁକା ସ୍ଥିତ ହନୁମାନ ମନ୍ଦିର, ସାନ୍ତାରାଣୀ ସାହି, ହନୁମାନ ବଜାର, ମିଲ୍ଟ୍ରି ଲେନ୍, ବେଙ୍କ୍ କଲୋନୀ, ବ୍ରହ୍ମା ନଗର, ବାବାଜୀ ତୋଟା ସାହି, ଗୋସାଇଁନୂଆଗାଁ ବୈଦ୍ୟ ସାହି, ବିଲ ସାହି, ଚଣ୍ଡୀ ମନ୍ଦିର, ବିଜିପୁର କାଳୁଆ ମନ୍ଦିର ନିକଟସ୍ଥ ହନୁମାନ ମନ୍ଦିର, ହୋଟେଲ୍ ମୋତି ନିକଟସ୍ଥ ହନୁମାନ ମନ୍ଦିର,ଷ୍ଟେସନ ଗୋଡ଼,ଗୁଡ୍ସରୋଡ଼,ହିଲପାଟଣା,କୋର୍ଟପଟା,ଗୋଇଲୁଣ୍ଡି ସ୍ଥିତ ହନୁମାନ ମନ୍ଦିର ପରିକ୍ରମା କରିଥିଲେ । ଅପରାହ୍ନରେ ପବିତ୍ର ମେରୁ ଅବସରରେ ବିଜେପି ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର ଦଳୀୟ କାର୍ଯ୍ୟକର୍ତ୍ତା ସହ ପାଣିଗ୍ରାହୀ ପେଣ୍ଠ ସ୍ଥିତ ମାଁ ଦକ୍ଷିଣ କାଳୀଙ୍କୁ ଦର୍ଶନ କରିଥିଲେ । ଆଜିର ଏହି ଶୋଭାଯାତ୍ରାରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ତଥା ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ବଦ୍ରି ନାରାୟଣ ନାୟକ,ରଞ୍ଜିତ ପଟ୍ଟନାୟକ,ପ୍ରଦୀପ ନାୟକ,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,ସୁଧାଶୁଂ ସେଠୀ,ଚିତ୍ତରଞ୍ଜନ ସାହୁ,ଜଗନ୍ନାଥ ଜେନା,ମଦନ ସାହୁ,କେ.ଶାଇ କୁମାର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ, ଦେବୁନ୍ ପଟ୍ଟନାୟକ, କୃଷ୍ଣ ପଲେଇ,ମିଲନ ସିଂ, ବିଜୟ ସାବତ, ଡ଼ି.ଶ୍ରୀନିବାସ ରାଓ, ତ୍ରିନାଥ ମହାପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ୍ ହେଇଥିଲେ ।

ରିପୋର୍ଟ : ରଜତ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରତିନିଧି