ବେଦପାଠ ଶାଳା ଓ ବ୍ରାହ୍ମଣ ସମିତି ଆନୁକୁଲ୍ୟରେ ୧୫ତମ ଉପନୟନ ସଂସ୍କାର କର୍ମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଓଡିଶା ବ୍ରାହ୍ମଣ ସମିତି ଓ ଵେଦ ପାଠ ଶାଳା ମିଳିତ ଆନୁକୂଲ୍ୟରେ ୧୫ ତମ ଉପନୟନ ସଂସ୍କାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଦ ପାଠଶାଳ ପ୍ରିନ୍ସପାଲ ଓ ଓଡ଼ିଶା ବ୍ରାହ୍ମଣ ସମିତି ସଭାପତି ମନୋଜ କୁମାର ପାଣିଗ୍ରାହୀ ତତ୍ବାବଧାନରେ ବ୍ରତୋପନୟନ କାର୍ଯ୍ୟକ୍ରମ ସନାତନ ହିନ୍ଦୁ ଧର୍ମ ଅନୁସାରେ ବୈଦିକ ବେଦାନ୍ତ ଵେଦ ଶାସ୍ତ୍ର ର ରିତି ନିତି ନିୟମ ଅନୁସାରେ ଜଜୁର୍ବେଦ ଓ ସାମର୍ବେଦ ମନ୍ତ ଦ୍ବାରା ନୂତନ ବ୍ରହ୍ମଚାରୀ କରାଯାଇଥିଲା। ଉପ ସଭାପତି ଆଚାର୍ଯ୍ୟ ଅଶୋକ ମିଶ୍ର ,ବୁଗୁଡ଼ା ବ୍ଲକ୍ ସଭାପତି କାଳୀଚରଣ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ବାସୁଦେବ ମହାପାତ୍ର,ଭୂବନେଶ୍ଵର ସଭାପତି ପିଣ୍ଟୁ ପଣ୍ଡା, ଉପଦେଷ୍ଟା ରାମଶଙ୍କର ଶତପଥୀ, ଗଂଜାମ ଜିଲ୍ଲା ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ମୁଖ୍ୟ ଉପଦେଷ୍ଟା ବ୍ୟୋମକେଶ ଉପାଧ୍ୟାୟ, ଵେଦ ପାଠଶାଳା ବ୍ରହ୍ମପୁର ବିଦ୍ୟାଳୟ ର ସଭାପତି ଚିନ୍ମୟାନନ୍ଦ ଦାସମହାରାଜ,ସଚିବ କେଶ୍ରୀଧର ଦାସ, କୋଷାଧ୍ୟକ୍ଷ ଅରବିନ୍ଦ ପ୍ରସାଦ ଗନ୍ତାୟତ,ସରୋଜ ସାବତ,ସିମାଞ୍ଚଳ ଦାଶ, ମୁଖ୍ୟ ଉପଦେଷ୍ଟା ପ୍ରମୋଦ କୁମାର ପଣ୍ଡା, ଉପଦେଷ୍ଟା ହରି ହରିହର ଦାସ ମହାରାଜ, ଅଧ୍ୟାପକ ସୁଦର୍ଶନ ଶର୍ମା, ରାଜେନ୍ଦ୍ର କୁମାର ପାଢୀ, କମଳା କାନ୍ତ ପଣ୍ଡା,ଅଜୟ କୁମାର ଦିକ୍ଷୀତ, ରାମକୃଷ୍ଣ ତ୍ରୀପାଠୀ, ବିଭୂପ୍ରସାଦ ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ସତ୍ୟନାରାୟଣ ପଣ୍ଡା, ଅଧ୍ୟାପକ ଗୋପାଳକୃଷ୍ଣ ସାହୁ, ସମସ୍ତ ସହଯୋଗ ନିଡାମ୍ବର ଭାବେ ୧୧ ଜଣ ବ୍ରାହ୍ମଣ ବାଳକଙ୍କ ର ବିଭିନ୍ନ ବିଭନ୍ନ ଜିଲ୍ଲା ରୁ ଆସିଥିବା ଉପନୟନ ହୋଇଥିଲା। ପିଲାମାନଙ୍କ ର ବନ୍ଧୁ ବାନ୍ଧବ ଗ୍ୟାନ୍ତି କୁଟୁମ୍ବ ଅନୁଷ୍ଠାନରେ ଉପସ୍ଥିତ ଥିଲେ। ଵହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ଅଖିଳ ଭାରତୀୟ ସନ୍ଥ ସମିତି ର ଅଧ୍ୟକ୍ଷ ସ୍ବାମୀ ସତ୍ୟାନନ୍ଦ ଗିରି,କାହ୍ନା ଚାରିଟେବୁଲ ଟ୍ରଷ୍ଟ ସଭାପତି ଶ୍ରୀ ମତୀ ରଞ୍ଜନା ମିଶ୍ର, ଇଂଜିନିୟରିଂ ସିମାଞ୍ଚଳ ଦାଶ ଯୋଗ ଦେଇଥିଲେ।୧୫୦୦ ଶହ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ହିନ୍ଦୁ ଧର୍ମ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ, ଏହି ଅଭିନବ ଉପ ଧାର୍ମିକ ଅନୁଷ୍ଠାନ କରାଯାଇଅଛି। ଏହି ମହତ୍ କାର୍ଯ୍ୟକ୍ରମ ରେ ଆପଣ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରନ୍ତୁ, ଯେପରି ସନାତନ ସଂସ୍କୃତିର ଓ ହିନ୍ଦୁ ଧର୍ମ ବଞ୍ଚି ରହିପାରିବ। ଏଵଂ ବ୍ରାହ୍ମଣ ମାନଙ୍କର ଉନ୍ନତି ହୋଇପାରିବ। ଵେଦ ପାଠଶାଳା ବୈଦିକ ଛାତ୍ର ମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ବେଦ ପାଠଶାଳା ପ୍ରାଚ୍ଚାର୍ଯ୍ୟ ଓ ଓଡ଼ିଶା ବ୍ରାହ୍ମଣ ସମିତି ସଭାପତି ମନୋଜ କୁମାର ପାଣିଗ୍ରାହୀଙ୍କ ପରିଚାଳନା ଦ୍ବାରା ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ରିପୋର୍ଟ : ରଜତ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରତିନିଧି