ମହାକାଳ ମନ୍ଦିରରେ ମଡେଲଙ୍କ ନଖରାମି, ଦେଖନ୍ତୁ କେମିତିକା ଭିଡ଼ିଓ…..

ଉଜ୍ଜୟନୀ :  ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଟିକେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲୋକେ ମନ୍ଦିରକୁ ଯାଆନ୍ତି । କିନ୍ତୁ ଜଣେ ମଡେଲ ଦର୍ଶନ ବାହାନାରେ ଯାଇ ମନ୍ଦିରରେ କଣ କରୁଛନ୍ତି ଦେଖନ୍ତୁ । ଭିଡିଓଟି ଉଜୈନ୍ନର ପ୍ରସିଦ୍ଧ ମହାକାଳ ଜ୍ୟୋତିଲିଙ୍ଗ ମନ୍ଦିର ପରିସରରେ ସୁଟ୍‌ ହୋଇଛି । ମଡେଲ ଜଣକ ନିଜ ଅନ୍ଦାଜରେ ଭିଡିଓଟିକୁ ସୁଟ୍‌ କରିଛନ୍ତି ।ଯୁବତୀ ଜଣକ ବମ୍ବେର ଜଣେ ମଡେଲ। ତାଙ୍କ ନାଁ  ନନ୍ଦିନୀ କୁରିଲ ବୋଲି ଅନୁମାନ କରାଯାଉଛି। କାରଣ ଭାଇରାଲ ହୋଇଥିବା ଟିକଟକ୍ ମ୍ୟୁଜିକ ଆପରେ ଏହି ନାଁଟି ରହିଛି । ମଡେଲ ଜଣକ ଏକ ଧଳା ଟ୍ରାନ୍ସପରେଣ୍ଟ ଶାଢ଼ୀ ପରିଧାନ କରିଥିବା ବେଳେ ଦେହରେ ରହିଛି ଧଳା ହାତକଟା ବ୍ଲାଉଜ୍‌। ଅଙ୍ଗ ପ୍ରଦର୍ଶନ ପୂର୍ବକ ସେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।
ମହାକାଳ ଜ୍ୟୋତିଲିଙ୍ଗ ମନ୍ଦିର ଭିତରକୁ ମୋବାଇଲ ନେବା  ଉପରେ ପ୍ରତିବନ୍ଧକ ଥିବା ବେଳେ ମଡେଲ ଜଣକ କିପରି ମୋବାଇଲରେ ଭିଡିଓ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ମନ୍ଦିର ପରିଚାଳକ ଅଭିଶେକ ଦୁବେ ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି।