ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପରବର୍ତ୍ତୀ ମ୍ୟାଚ ୧ରେ..

ଢେଙ୍କାନାଳ(ଶୁଭମ ପାଣି):ଜିଲ୍ଲା କ୍ରୀଡସଂଘ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟର ଆଜି ସପ୍ତମ ଦିବସରେ ମା ମଙ୍ଗଳା କ୍ଳବର ବନମାଳୀ ପ୍ରସାଦ 4 – 0 ଗୋଲରେ କାଶୀୟ ଡିହି ଫୁଟବଲ କ୍ଳବକୁ ପରାସ୍ତକରି ଟୁର୍ଣ୍ଣାମେଣ୍ଟରେ 3ପଏଣ୍ଟ ଲାଭକରିଛି । ଖେଳର ପରମ୍ଭରେ ଜିଲ୍ଲାର ପୂର୍ବତନ ଫୁଟବଲ ଖେଳାଳି ଅଭିରାମ ବାରିକ ମୁଖ୍ୟ ଅତିଥିରୂପେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଜୟୀଦଳ ତରଫରୁ କୁନା ବାରିକ, କାହ୍ନୁ ପ୍ରଧାନ, କାଳିଆ ରାଉତ, କାଳିଆ ପ୍ରଧାନ ଗୋଟିଏ ଗୋଟିଏ ଗୋଲ ଦେଇଥିଲେ । ଆଜିର ଖେଳକୁ ପରିଚାଳନା ଦେଇଥିଲେ ରେଫରୀ ମହାବୀର ନାଥ, ସନ୍ତୋଷ କୁମାର କାନୁନଗୋ, ଅରୁଣ କୁମାର ନାୟକ ଏବଂ ମାୟାଧର ସାହୁ । କ୍ରୀଡା ସଂଘର ଉପସଭାପତି ସଞ୍ଜୟ କୁମାର ଭଞ୍ଜ, ଯୁଗ୍ମସମ୍ପାଦକ ଗୌରାଙ୍ଗ ଚରଣ ସେଠି, ମନୋଜ ପଟନାୟକ, କ୍ରୀଡା ପ୍ରେମୀ ଶ୍ୟାମ ସୁନ୍ଦର ମହାପାତ୍ର, ଅଜୟ କୁମାର ସ୍ୱାଇଁ, ସଞ୍ଜୟ କୁମାର ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସାହାର୍ଯ୍ୟ କରିଥିଲେ । ପରବର୍ତୀ ମ୍ୟାଚ ଅକଟୋବର ଏକ ତାରିଖ ଦିନ ବାପୁଜୀ କ୍ଲବ ସହିତ ମର୍ଣ୍ଣିଙ୍ଗ କ୍ଲବ ବି ମଧ୍ୟରେ ଅନୁଷ୍ଠିତ ହେବବୋଲି କ୍ରୀଡସଂଘ ସମ୍ପାଦକ ନଳିନୀ କୁମାର ଦାଶ ଜଣାଇଛନ୍ତି ।