ମହମ୍ମଦନଗରପାଟଣା ମିଶନଶକ୍ତି ଗୃହ କାମରେ ଆସୁନି : ମହିଳାଙ୍କ ଗଣଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମହମ୍ମଦନଗର ପାଟଣା ଠାରେ ନିର୍ମାଣ ହୋଇ ପଡିରହିଥିବା ମିଶନଶକ୍ତିର ଏକ ଗୃହ ନିର୍ମାଣକାର୍ଯ୍ୟ ସରିଥିଲେ ମଧ୍ୟ ମହିଳାଙ୍କ କାମରେ ଆସୁନଥିବାରୁ ଆଜି ଗ୍ରାମର ବହୁ ମହିଳା ଏକତ୍ରୀତ ହୋଇ ମିଶନଶକ୍ତିର ନିର୍ମାଣାଧିନଗୃହ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନେ ବ୍ଳକ କର୍ମକତ୍ତୃପକ୍ଷଙ୍କୁ ଦାୟୀ କରି ନାରାବାଜି କରିଥିଲେ । ନାରୀଶଶକ୍ତିକରଣ ଲାଗି ସରକାର ବିଶନ ଶକ୍ତି ଯୋଜନାରେ ବହୁ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ମହମ୍ମଦନଗରପାଟଣା ପଂଚାୟତରେ ସଫଳ ରୂପାୟନ ହେଉନଥିବାରୁ ବିରୋଧାଭାସ ଲାଗି ରହିଥିବା ସେମାନେ କହିଛନ୍ତି । ଆଜି ସର୍ବେଶ୍ୱର ସାହୁ, ମନୋରମା ସାହୁ, ସୁମତୀ ସାହୁ, କୁନି ସାହୁ, ଲିଲିମଣି ଜେନା, ଇତିଶ୍ରୀ ପଣ୍ଡା, ସବିତା ଦାସ, ଯଶୋମତି ଦେ, ଗୌରହରି ସାହୁ, ଭାରତୀ ସାହୁ, ଶିବବରଣ ସାହୁ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଭୂପତି ପରିଡା