ବିଜେଡି ଦଳର ପ୍ରତିଷ୍ଠା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ମୂରଲୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଓ ପୌରପାଳିକା ଦୁଇ ସ୍ଥାନରୁ ଆସିଥିବା କର୍ମୀମାନଙ୍କୁ ବିଧାୟକ ଅଶ୍ୱିନୀ ପାତ୍ର ଯୋଗଦେଇ ବିଜେଡି ୨୫ବର୍ଷର ଯୁବକ, ବିଜୁ ବାବୁଙ୍କ ନାମରେ ନାମିତ ଏହି ଦଳ ମହିଳା ମାନଙ୍କୁ ଶଶକ୍ତି କରଣ ଯୋଜନା ଓ ବିଭିନ୍ନ ଲୋକହିତକର କାର୍ଯ୍ୟଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କହିଥିଲେ । ବିଭିନ୍ନ ଯୋଜନା ମାଧ୍ୟମରେ ସେ ସାଢେ୪ କୋଟି ଓଡିଆଙ୍କ ହୃଦହ ଜୟ କରିଥିବାରୁ ବିଜେଡିର ବିକଳ୍ପ ନାହିଁ ବୋଲି କହିଥିଲେ । ଜଳେଶ୍ୱର ବିକାଶ ଲାଗି ତାଙ୍କ ପ୍ରଚେଷ୍ଟାରେ ମୁଖ୍ୟମନ୍ତ୍ରୀ ଜଳେଶ୍ୱର ସହରକୁ ରକ୍ଷାଲାଗି ସାଢେ ୧୧କୋଟି ଟଙ୍କା ପ୍ରଦାନ କରିବା, ଜଳେଶ୍ୱର ବିଜୁପଟନାୟକ ଇନ୍‌ଡୋର ଷ୍ଟାଡିୟମ ଲାଗି ୯.୮୩କୋଟି ଟଙ୍କା ପ୍ରଦାନ, ୨ଟି ସେତୁ ନିର୍ମାଣ ହେବାକୁ ଯାଉଥିବା, ମୁକ୍ତା ଯୋଜନାରେ ୨.୯୩ କୋଟି ଟଙ୍କା ପ୍ରଦାନ କରିଥିବା ସେ କହିଥିଲେ ବ୍ଲକସ୍ତରୀୟ ମଞ୍ଚରେ ବ୍ଳକ ସଭାପତି ଭୂପତି ମିଦ୍ଧା ସଭାପତିତ୍ୱ କରିଥିବା ବେଳେ ମହିଳା ସଭାପତି ସଂଚିତା ସେନାପତି, ବ୍ଳକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ତପନ ଦାସ, ଜିଲା ମହିଳା ସଭାପତି ବିନ୍ଦୁବାଳା ସେନାପତି ବକ୍ତବ୍ୟ ରଖିଥିଲେ । ସେହିପରି ପୌରାଞ୍ଚଳରୁ ଆୟୋଜିତ ସଭାରେ ବିଜୟ କୁମାର କାମିଳା ସଭାପତିତ୍ୱ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ ପ୍ରଧାନ, ଯୁବ ସଭାପତି ଆନନ୍ଦ କର, ଛାତ୍ର ସଭାପତି ସୁରଜ ଚୌରାସୀଆ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତରଣୀ ଭୂୟାଁ, ମଧୁସୂଦନ ସେନାପତି, ଚନ୍ଦନ କର, ଅବଦୁଲ ରହିମ୍‌, ଗୋବିନ୍ଦ ସାହୁ, ବିଶ୍ୱଭୂଷଣ ଦାସ, ସୁଷମା ଦାସ, ଆବାସ ଅଲ୍ଲି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା