ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ୩ ଜଣଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର୍‌

ହାଇଦ୍ରାବାଦ(ସମୃଦ୍ଧ ଓଡିଶା) ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ୨ ଜଣ ମହିଳା ଓ ଜଣେ ଛୋଟ ପିଲା ଉପରେ ପଛ ପଟୁ ଗୋଟିଏ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ମାଡ଼ି ଯାଉଛି, ତା’ର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି।ତେଲେଙ୍ଗାନର ହାଇଦ୍ରାବାଦରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ୩ ଜଣ ଯାକ ପ୍ରାଣ ମଧ୍ୟ ହରାଇଛନ୍ତି। ୨ ମହିଳା ଓ ଛୋଟ ପିଲା ଜଣଙ୍କ ହାଇଦ୍ରାବାଦର ହାଇଦରଶାକୋଟେ ମୁଖ୍ୟ ରୋଡ୍‌ରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଏପରି ଘଟଣା ଘଟିଛି।ସାମ୍ନାକୁ ଆସିଥିବା ଭିଡିଓ ଅନୁସାରେ, ମୁଖ୍ୟ ରାସ୍ତାରେ ଦ୍ରୁତଗାମୀ କାର୍‌ଟି ହଠାତ୍‌ ମୋଡ ନେବା ବେଳେ ସ୍କିଟ୍‌ କରି ଯାଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଚାଲିଚାଲି ଯାଉଥିବା ୩ ଜଣଙ୍କ ଉପରେ ମାଡ଼ି ଯାଇଥିଲା।