“ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ” ବ୍ରହ୍ମପୁରରେ ମହିଳା ବିଜପିର ପ୍ରତିବାଦ ସଭା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଭାରତୀୟ ଜନତା ପାର୍ଟି ରାଜ୍ୟ ସଙ୍ଗଠନ ଆହ୍ଵାନ କ୍ରମେ ୨୦୨୧ ମସିହା ଅକ୍ଟୋବର ୮ ରେ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଠାରେ ଥିବା ସନସଆଇନ୍ ଇଂରାଜୀ ମିଡ଼ିୟମ୍ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗଳା ଚିପି ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ଗାତ ଖୋଳି ଟାୟାର ପକାଇ ଜଳାଇ ଦିଆଯାଇଥିଲା ବୋଲି ତୀବ୍ର ଅଭିଯୋଗ କରିଛି ବିଜେପି । ରାଜ୍ୟରେ ଚାଲିଥିବା ବିଜୁ ଜନତା ଦଳ ସରକାରର ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଏଥିରେ ଶିଧା ଶଳଖ ସଂପୃକ୍ତ ଥିଲେ ମଧ୍ଯ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛି ବିଜେପି । ଏଣୁ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ମମିତା ମେହେର ବିଭତ୍ସ ହତ୍ୟା ଘଟଣାର ଆଜି ୨ ବର୍ଷ ପୂର୍ତ୍ତି ହେଉଛି । ଆଜି ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ଦେବାରେ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳ ସରକାର ଓ ପୁଲିସ ପ୍ରସାଶନ ବିଫଳ ହୋଇଛି ବୋଲି ବିଜେପି କହିଛି । ଫଳରେ ଏହାର ପ୍ରତିବାଦ କରି ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ବିଜିପୁର ଛକ ସ୍ଥିତ ସନ୍ତୋଷୀ ମାଁ ମନ୍ଦିର ସମ୍ମୁଖରେ “ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ” ମହିଳା ମାନେ କଳା ପଟି ବାନ୍ଧି ଶାନ୍ତି ପୂର୍ଣ୍ଣ ନିରବ ପ୍ରତିବାଦ ଜଣାଇବା ସହ ଦୀପ ଜାଳି ତାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ପ୍ରାର୍ଥନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,କର୍ପୋରେଟର ରଞ୍ଜିତା ବେହେରା,ବିଜେପି ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବରିଷ୍ଠ ନେତ୍ରୀ ନିବେଦିତା ପାଢ଼ୀ,ଲକ୍ଷ୍ମୀ ବେହେରା,ଆସ୍କା ରୋଡ଼ ମଣ୍ଡଳ ସଭାନେତ୍ରୀ ସନ୍ତୋଷୀ ସାହୁ,ନଳିନୀପ୍ରଭା ପଟ୍ଟନାୟକ,ସାନ ବଜାର ମଣ୍ଡଳ ସଭାନେତ୍ରୀ ସଶ୍ମିତା ଦାସ,ସନ୍ତୋଷିନୀ ଦାସ,ଗେଟ୍ ବଜାର ମଣ୍ଡଳ ସଭାନେତ୍ରୀ ରଶ୍ମିତା ସତପଥି, ଶୁଭଶ୍ରୀ ଦାସ,ଗୋସାଇଁନୂଆଗାଁ ମଣ୍ଡଳ ସଭାନେତ୍ରୀ ଗୀତା ଦାସ,ପ୍ରତିଭା ସାହୁ ପ୍ରମୁଖ ମହିଳା ମୋର୍ଚ୍ଚା ନେତ୍ରୀ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର, ଡ଼ି.ଅନିଲ ରାଓ,ରବି ନାରାୟଣ ସାବତ,ମାଲି ସାହୁ ପ୍ରମୁଖ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ : ନିମାଇ ଚରଣ ପଣ୍ଡା