ମନୀଷାକୁ ନ୍ୟାୟ ପ୍ରଦାନ ଓ ଦୋଷୀକୁ ଦଣ୍ଡ ବିଧାନ ଲାଗି ସିପିଏମ୍‌ର ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ପ୍ରଦେଶର ହଥରସ ଘଟଣାରେ ମନିଷା ବାଲ୍ମିକିକୁ ନ୍ୟାୟ ପ୍ରଦାନ, ଦୋଷୀକୁ ଦଣ୍ଡ ବିଧାନ ଓ ଯୋଗୀ ସରକାରର ବହିସ୍କାର ଦାବିରେ ରାଜ୍ୟ କମିଟି ଡାକରାରେ ସିପିଆଇଏମ୍ ପକ୍ଷରୁ ଗତକାଲି ସଂଧ୍ୟାରେ ଜଳେଶ୍ୱରରେ ବିକ୍ଷୋଭଓ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦେଶରେ ବଟି ବଂଚାୟ ଓ ବେଟି ପଢାଓ ସ୍ଲୋଗାନ ଏ ପ୍ରହସନ ହୋଇଥିବା ବେଳେ ରାମ ରାଜ୍ୟରେ ମହିଳା ଓ ଝିଅମାନେ ଦୁଷ୍କର୍ମର ଶୀକାର ହେଉଛନ୍ତି । ମନିଷାକୁ ଦୁଷ୍କର୍ମ, ଜିଭ କାଟିଦେବା, ମେରୁଦଣ୍ଡ ଭାଂଗି ଦେବା ଓ ଚିକିତ୍ସା ପ୍ରଦାନ ନ କରିବା ଏକ ଅମାନବୀୟ ଓ ଲଜ୍ଜାର ବିଷୟ । ମୃତ ଶିରୀକୁ ପରିବାରକୁ ହସ୍ତାନ୍ତର ନ କରି ପୋଡି ଦେବା, ୧୪୪ ଧାରା ଜାରି, ଘଟଣାସ୍ଥଳକୁ ସାମ୍ବାଦିକ ଓ ରାଜନେତାକୁ ଯିବାକୁ ନ ଦେବା ଲଜ୍ଜାର ବିଷୟ । ତଥ୍ୟ ଅନୁଯାୟୀ ପ୍ରତି ଘଣ୍ଟାରେ ଦେଶରେ ୮୭ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି । ତେଣୁ ନାରୀ ନିର୍ଜ୍ଜାତନା ବଂଦ କରିବା, ମନିଷାକୁ ନ୍ୟାୟ ଦେବା, ଯୋଗୀ ସରକାରକୁ ବହିସ୍କାର କରିବା, ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା, ସୁପ୍ରିମ କୋର୍ଟର ବିଚାର ପତିଙ୍କ ଦ୍ୱାରା ତଦନ୍ତ କରିବା ଇତ୍ୟାଦି ଦାବୀରେ ଏକ କେଣ୍ଡେଲ ଶୋଭାଯାତ୍ରା ହେବା ସହିତ ଷ୍ଟେସନ ଛକଠାରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ଦିଲ୍ଲିପ ଗିରିଙ୍କ ସଭାପତିତ୍ୱରେ ରାଜ୍ୟନେତା ଶିଶିର ହୁଇ, ସୀତାଂଶୁ ସେନାପତି, ଜିତାଂଶୁ ନନ୍ଦି, ଦିଲ୍ଲିପ ପରିଡା, ପଲ୍ଟୁ ଦାସ, ରବିନ୍ଦ୍ର ବାରିକ, ତାପସୀ ପ୍ରହରାଜ, ସବିତା ଭୂୟାଁ, ଆରତୀ ପଲାଇ, ଲକ୍ଷ୍ମୀଧର ପଲାଇ, ରତନ ଦାସ, ସେକ୍ ଅବଦୁଲ ସାଦ୍ଦିକ, ପ୍ରକାଶ ଦେ, ସେକ୍ ଅବଦୁଲ ରହିମ୍‌, ରାଜକୁମାର ଆଚାର୍ଯ୍ୟ, ଯଦୁନାଥ ନାୟକ, ସେକ୍ ଜମିରୁଦ୍ଦିନ, ସେକ୍ ସୀତାରୁଦ୍ଦିନ, ସେକ୍ ହବିବୁଦ୍ଦିନ, ସନ୍ତୋଷ ଦାସ, ସିଦ୍ଧେଶ୍ୱର ଜେନା, ତପୁ ଦାସ, ସବେରା ବିବି, ଆୟୁବ ଖାଁ, ମତଲୁବ ଅଲ୍ଲି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।